ଇସ୍ରାଏଲ ଓ ହମାସ ଯୁଦ୍ଧକୁ ନେଇ ଦୁଃଖ ପ୍ରକାଶ କଲେ ମୋଦୀ

0

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଇସ୍ରାଏଲ-ହମାସ ଯୁଦ୍ଧ ଯୋଗୁ ଗାଜା ଷ୍ଟ୍ରିପରେ ନିରୀହ ଲୋକଙ୍କ ମୃତ୍ୟୁକୁ ନିନ୍ଦା କରିଛନ୍ତି। ଏହି ଯୁଦ୍ଧ ହେତୁ ପଶ୍ଚିମ ଏସିଆରେ ବଢୁଥିବା ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇ ଗ୍ଲୋବାଲ ସାଉଥ ମଧ୍ୟରେ ଏକତା ଏବଂ ସହଯୋଗର ଜରୁରୀ ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ମୋଦି ଗୁରୁତ୍ୱାରୋପ କରିଛନ୍ତି। ଗାଜା ଷ୍ଟ୍ରିପକୁ ନିୟନ୍ତ୍ରଣ କରୁଥିବା ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଅକ୍ଟୋବରରୁ ଚାଲିଆସୁଛି ଏବଂ ବନ୍ଦ ହେବାର କୌଣସି ନାଁ ଧରୁନାହିଁ।

ଭାରତ ମାଧ୍ୟମରେ ଆୟୋଜିତ ଦ୍ୱିତୀୟ ‘ଭଏସ ଅଫ ଗ୍ଲୋବାଲ ସାଉଥ ସମ୍ମିଳନୀ’କୁ ପ୍ରଧାନମନ୍ତ୍ରୀ ସମ୍ବୋଧିତ କରିଥିଲେ। ଏହି ସମୟରେ ସେ ହିଂସା ଏବଂ ଆତଙ୍କବାଦ ବିରୋଧରେ ଭାରତର ଦୃଢ ଼ ଆଭିମୁଖ୍ୟ ଉପରେ ଗୁରୁତ୍ୱାରୋପ କରିଥିଲେ। ଅକ୍ଟୋବର ୭ ରେ ଇସ୍ରାଏଲ ଉପରେ ହମାସ ଆକ୍ରମଣକୁ ପ୍ରଧାନମନ୍ତ୍ରୀ ମୋଦୀ ନିନ୍ଦା କରିଛନ୍ତି।

Leave A Reply

Your email address will not be published.