୨୦ରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ୨ଜଣ କେନ୍ଦ୍ରମନ୍ତ୍ରୀ

0

ସମ୍ବଲପୁର (ଆମ ଟିଭି): ଓଡ଼ିଶା ଗସ୍ତରେ ଆସୁଛନ୍ତି ୨ଜଣ କେନ୍ଦ୍ରମନ୍ତ୍ରୀ । ଆସନ୍ତା ୨୦ ତାରିଖରେ ରେଳ, ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ, ଭାରତ ସରକାର, ଧର୍ମେନ୍ଦ୍ର ପ୍ରଧାନ ଓଡିଶା ଗସ୍ତରେ ଆସୁଛନ୍ତି। ସେମାନଙ୍କ ଗସ୍ତ ସମୟରେ ଅଶ୍ୱିନୀ ବୈଷ୍ଣବ ଏବଂ ଧର୍ମେନ୍ଦ୍ର ପ୍ରଧାନ ନଭେମ୍ବର ୨୦ ଅପରାହ୍ନରେ ସମ୍ବଲପୁର ରେଳ ଷ୍ଟେସନରୁ ବନାରସ-ସମ୍ବଲପୁର-ବନାରସ ଦ୍ୱି-ସାପ୍ତାହିକ ଏକ୍ସପ୍ରେସର ବିଶାଖାପାଟନମ୍ ପର୍ୟ୍ୟନ୍ତ ସମ୍ପ୍ରସାରଣକୁ ସବୁଜ ପତାକା ପ୍ରଦର୍ଶନ କରାଇ ଶୁଭାରମ୍ଭ କରିବେ। ସମ୍ବଲପୁରରେ ଏହି ଅବସରରେ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ମାନଙ୍କ ମଧ୍ୟରେ ସମ୍ବଲପୁର ସାଂସଦ ନୀତେଶ ଗଙ୍ଗଦେବ ଏବଂ ବିଧାୟକ ଜୟନାରାୟଣ ମିଶ୍ର ଉପସ୍ଥିତ ରହିବେ।

ଏହା ବ୍ୟତୀତ, ଭିଡିଓ କନଫରେନ୍ସିଂ ମାଧ୍ୟମରେ ବରଗଡ଼ ସାଂସଦ ସୁରେଶ ପୂଜାରୀ ବରଗଡ ରେଳ ଷ୍ଟେସନ ଠାରେ, ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂ ଦେଓ ଏବଂ ନିରଂଜନ ବିଶି ବଲାଙ୍ଗୀର ରେଳ ଷ୍ଟେସନରେ ଏବଂ କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା ଏବଂ ଶ୍ରୀ ସୁଜିତ କୁମାର କେସିଙ୍ଗା ରେଳ ଷ୍ଟେସନ ଠାରେ ଏହି କାର୍ୟ୍ୟକ୍ରମରେ ଯୋଗଦାନ କରିବେ।

Leave A Reply

Your email address will not be published.