ଭୁବନେଶ୍ଵର (ଆମ ଟିଭି ): ପୁଣି ଦନ୍ତା ହାତୀର ଆତଙ୍କ । ଦନ୍ତା ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ । ମୃତକ ଯୁବକ ଜଣକ ହେଲେ କେନ୍ଦୁଝର ଆକୁଳ ପଂଚାୟତ ମଲଣ୍ଡା ଗାଁର ମଦନ ନାୟକ । କେନ୍ଦୁଝର ବନଖଣ୍ଡ ତୋଲକୋଇ ରେଞ୍ଜ ଅନ୍ତର୍ଗତ ପୁରୁଷୋତମପୁର ଗ୍ରାମର ଚାରିକଣିଆ ନିକଟରେ ଦନ୍ତାହାତୀ ହାବୁଡରେ ପଡିଥିଲେ ଯୁବକ । ଆଜି ସକାଳ ୮ଟା ସମୟରେ ତିନି ଜଣ ସାଙ୍ଗ ମିଶି ଏକ ବାଇକରେ ଯାଉଥିଲେ ।
ହଠାତ ବନ୍ଧନଝରୀ ସଂରକ୍ଷିତ ଜଙ୍ଗଲର ଚାରିକଣିଆ ଠାରେ ହଠାତ ଜଙ୍ଗଲରୁ ବାହାରି ରାସ୍ତାକୁ ମାଡି ଆସିଥିଲା ଦନ୍ତା ହାତୀ । ବାଇକରେ ବସିଥିବା ମଦନ ନାୟକଙ୍କୁ ଶୁଣ୍ଢରେ ଟାଣି ନେଇ ଭୁଇଁରେ କଚାଡି ଅତି ବିଭତ୍ସ ଭାବେ ହତ୍ୟା କରିଛି ଦନ୍ତା । ଘଟଣାସ୍ଥଳରେ ବନବିଭାଗ କର୍ମଚାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି
।