ସାଲୁଗା ପ୍ରଧାନ ହେଲେ ବିଧାନସଭା ଉପବାଚସ୍ପତି

0

ବିଧାନସଭାର ଉପବାଚସ୍ପତି ହେଲେ ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ । ଏନେଇ ଆଜି ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି ବାଚସ୍ପତି ପ୍ରମିଳା ମଲ୍ଲିକ ।

ସାଲୁଗାଙ୍କୁ ସର୍ବସମ୍ମତି କ୍ରମେ ଉପବାଚସ୍ପତି ଭାବେ ନିର୍ବାଚିତ କରିଥିବାରୁ ଗୃହର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହ ଗୃହ କାର୍ଯ୍ୟ ସୁରୁଖୁରୁରେ ସମ୍ପାଦନ ନିମନ୍ତେ ଉପବାଚସ୍ପତିଙ୍କୁ ସହଯୋଗ କରିବାକୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି, ସାଲୁଗା ବିଧାନସଭାର ଗରିମା ଓ ନିରପେକ୍ଷତା ବଜାୟ ରଖିବେ ବୋଲି ଆଶା କରୁଛୁ । ସେହିପରି ଆଦିବାସୀ ବର୍ଗର ଜଣେ ନେତାଙ୍କୁ ଉପବାଚସ୍ପତି ଭାବେ ଚୟନ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛି କଂଗ୍ରେସ ।

Leave A Reply

Your email address will not be published.