ମା ସମଲେଶ୍ବରୀଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

0

ସମ୍ବଲପୁର (ଆମ ଟିଭି ): ମହାମହିମ ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତର ଆଜି ହେଉଛି ତୃତୀୟ ଦିନ । ଏହାରି ଭିତରେ ଆଜି ସମ୍ବଲପୁର ଗସ୍ତରେ ଅଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମା’ ସମଲେଶ୍ୱରୀଙ୍କୁ ଦର୍ଶନ କରିଛନ୍ତି ରାଷ୍ଟ୍ରପତି । ରାଜ୍ୟପାଳ ରଘୁବର ଦାସ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ରାଷ୍ଟପତିଙ୍କ ସହ ମା’ଙ୍କୁ ଦର୍ଶନ କରିଛନ୍ତି । ମହାମହିମ ସମଲେଶ୍ୱରୀ ମନ୍ଦିର ଯାଇଥିବାରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ସମଲେଶ୍ୱରୀଙ୍କ ଦର୍ଶନ ପରେ ଏମସିଏଲ୍ ଗେଷ୍ଟ ହାଉସକୁ ପ୍ରତ୍ୟାବର୍ତ୍ତନ କରି ସେଠାରେ ରାତ୍ରୀଯାପନ କରିଥିଲେ ରାଷ୍ଟ୍ରପତି ।

ଆଜି ୮ଟା ୫୦ରେ କିଲାସମା ମିନି ଷ୍ଟାଡିୟମ୍ରେ ପହଞ୍ଚି ବ୍ରହ୍ମକୁମାରୀ ପକ୍ଷରୁ ଆୟୋଜିତ ନୂଆ ଭାରତ ପାଇଁ ନୂଆ ରାଷ୍ଟ୍ରୀୟ ଅଭିଯାନ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ । ଏହା ପରେ ଝାରସୁଗୁଡ଼ା ବିମାନ ବନ୍ଦର ଅଭିମୁଖେ ବାହାରିବେ ।

Leave A Reply

Your email address will not be published.