ଭୁବନେଶ୍ୱର(ଆମ ଟିଭି): ଆଜିବି ଚାଲି ପାରିଲାନି ଗୃହ। ଆଜି ବିଧାନସଭାରେ ଶୀତ ଅଧିବେଶନର ତୃତୀୟ ଦିନ। ଗତକାଲି ଭଳି ଆଜି ମଧ୍ୟ ଚାଲି ପାରି ନାହିଁ ଗୃହ। ଅପରାହ୍ଣ ୪ଟା ଯାଏଁ ଗୃହ ମୁଲତବୀ। ବିଧାନସଭା ପ୍ରଶ୍ନକାଳରେ ବିରୋଧୀ ହଟ୍ଟଗୋଳ ଓ ହୋହଲ୍ଲା ସହ ନାରାବାଜି କରିଛନ୍ତି।
ଆଦିବାସୀଙ୍କ ଜମି କିଣା ବିକା ପ୍ରସଙ୍ଗରେ ପୁଣି ହୋହଲ୍ଲା ହୋଇଛି। ଗୃହରେ ସ୍ୱତନ୍ତ୍ର ଆଲୋଚନା ଦାବି କରି ବିରୋଧୀ ହୋହଲ୍ଲା କରିଛନ୍ତି। ଏହାପରେ ଗୃହକୁ ଅପରାହ୍ଣ ୪ଟା ଯାଏଁ ବାଚସ୍ପତି ପ୍ରମିଳା ମଲ୍ଲିକ ମୁଲତବୀ ଘୋଷଣା କରିଛନ୍ତି।