ବିଜେବି କଲେଜରେ ପୁଣି ଛାତ୍ର ଅସନ୍ତୋଷ

0

ଭୁବନେଶ୍ୱର (ଆମ ଟିଭି): ପୁଣି ଅଶାନ୍ତ ହେଲା ବିଜେବି କଲେଜ। କଲେଜରେ  ପୁଣି ଦେଖିବାକୁ ମିଳିଛି ଛାତ୍ର ଉତ୍ତେଜନା । କଲେଜ ଗେଟ୍ ଆଗରେ ତାଲା ପକାଇ ରାସ୍ତାରେ ଧାରଣାରେ ବସିଲେ ପିଲା । କଲେଜର ଜଣେ ଛାତ୍ରଙ୍କୁ ପୁଲିସ ଉଠାଇନେିଥିବାରୁ ପ୍ରତିବାଦ କରି ଛାତ୍ରଛାତ୍ରୀ ମାନେ ଧାରଣାରେ ବସିଛନ୍ତି । ଘଟଣାସ୍ଥଳରେ ଉତ୍ତେଜନା ଦେଖିବାକୁ ମିଳିଛି । ଉଠାଇ ନେଇଥିବା ଛାତ୍ରଙ୍କୁ ଯଥାଶୀଘ୍ର ଛାଡିବାକୁ ଦାବି କରି ରାସ୍ତାରୋକ କରିଛନ୍ତି ପିଲାମାନେ । ।

ସୂଚନା ମୁତାବକ, ସମ୍ପୃକ୍ତ ଛାତ୍ର ଜଣକ ପୂର୍ବ ଏକ ଗଣ୍ଡଗୋଳରେ ସାମିଲ ଥିବା ଅଭିଯୋଗ କରି ପୁଲିସ ତାଙ୍କୁ ଗିରଫ କରିଛି । ହେଲେ ତାଙ୍କର କୌଣସି ଗଣ୍ଡଗୋଳରେ ସମ୍ପୃକ୍ତି ନାହିଁ । ବରଂ ବାରମ୍ବାର ଅଭିଯୋଗ ପରେ ବି ବିଶୃଙ୍ଖଳା ସୃଷ୍ଟି କରୁଥିବା ଅଣଛାତ୍ରଙ୍କୁ ଗିରଫ ନକରି ବରଂ ନିର୍ଦ୍ଦୋଷ ଛାତ୍ରଙ୍କୁ ପୁଲିସ ଗିରଫ କରିନେଇଛି ।

Leave A Reply

Your email address will not be published.