ଓଡିଆ ଚଳଚ୍ଚିତ୍ର ବଞ୍ଚାଅ ଅଭିଯାନ ମଙ୍ଗଳବାର ପର୍ଯ୍ୟନ୍ତ ଜାରି ରହିଲା
ଭୁବନେଶ୍ୱର (ଆମ ଟିଭି): ଓଡିଆ ଚଳଚ୍ଚିତ୍ର ବଞ୍ଚାଅ ଅଭିଯାନର ତୃତୀୟ ଦିନରେ କଂଗ୍ରେସର ବିଧାୟକ ସୁର ରାଉତରାଏ, ବିଜେପି ବିଧାୟକ ମୋହନ ମାଝୀ, ସୁକାନ୍ତ ପାଣିଗ୍ରାହୀ, ସୁରଜ ସୂର୍ୟବଂଶୀ, ଲଳିଲେନ୍ଦୁ ବିଦ୍ୟାଧର ମହାପାତ୍ର, ଶଙ୍କର ଓରାମ, କେ ନାରାୟଣ ରାଓ ପ୍ରମୁଖ ଯୋଗ ଦେଇ ଅଭିଯାନ ପ୍ରତି ସେମାନଙ୍କର ସମର୍ଥନ ଜଣାଇ ଅତିଶୀଘ୍ର ସରକାରଙ୍କ ସହ କଥାବାର୍ତ୍ତା କରି ସମାଧାନର ପନ୍ଥା ବାହାର କରିବେ ବୋଲି କହିଥିଲେ। ସଂଧ୍ୟା ରେ ସରକାର ଙ୍କ ପ୍ରତିନିଧି ଭାବେ ଓଡିଆ ଚଳଚ୍ଚିତ୍ର ଉନ୍ନୟନ ନିଗମ ର ଅଧ୍ୟକ୍ଷ କୁନା ତ୍ରିପାଠୀ ଓ ବିଜେଡିର ସାଧାରଣ ସଂପାଦକ ଅଭିନେତା ଅରିନ୍ଦମ ରାୟ ଓ ସାସଂଦ ଅନୁଭବ ମହାନ୍ତି ଆସି ଲିଖିତ ଭାବେ ମଙ୍ଗଳବାର ସମସ୍ୟାର ସମାଧାନ ପାଇଁ ସରକାରଙ୍କ ସହ ଆଲୋଚନା କରିବେ ଓ ଅନଶନ ଭଙ୍ଗ ପାଇଁ ଅନୁରୋଧ କରିଥିଲେ। ଅଭିନେତ୍ରୀ ମହେଶ୍ବତା ରାୟ ଜୁସ୍ ପିଆଇ ଆମରଣ ଅନଶନ ଭାଙ୍ଗି ଥିଲେ । କିନ୍ତୁ ମଙ୍ଗଳବାର ସମସ୍ୟାର ସମାଧାନ ନ ହେବା ପର୍ଯ୍ୟନ୍ତ ପ୍ରତୀକ ଧାରଣା ଜାରି ରହିବ ବୋଲି ଧାରଣାରତ ଓଡିଆ ଚଳଚ୍ଚିତ୍ର ବଞ୍ଚାଅ ଅଭିଯାନର ସଦସ୍ୟମାନେ ସୂଚନା ଦେଇଛନ୍ତି । ଏହି ଅବସରରେ ଓଡିଆ ଚଳଚ୍ଚିତ୍ର ପ୍ରଯୋଜକ, ନିର୍ଦ୍ଦେଶକ, କଳାକାର, ନୃତ୍ୟ ନିର୍ଦ୍ଦେଶକ, ଫାଇଟ୍ ମାଷ୍ଟର, କ୍ୟାମେରାମ୍ୟାନ୍, ସଂଳାପକାର, କାହାଣୀକାର ଯୋଗ ଦେଇ ସେମାନଙ୍କ ସମର୍ଥନ ମଧ୍ୟ ଜଣାଇଥିଲେ।

ଗତକାଲି ଠାରୁ ୫ଦଫା ଦାବି ନେଇ ଆରମ୍ଭ ହୋଇଥିବା ଓଡିଆ ଚଳଚ୍ଚିତ୍ର ବଞ୍ଚାଅ ଅଭିଯାନ ଅଧିକରୁ ଅଧିକ ସମର୍ଥନ ହିଁ ଚଳଚ୍ଚିତ୍ର ପ୍ରତି ଅଧିକରୁ ଅଧିକ ଭଲ ପାଇବା ଦର୍ଶାଉଛି। ଯଦି ସରକାର ୫ଦଫା ଦାବିର କୌଣସି ସମଧାନ ଶୀଘ୍ର ନକରନ୍ତି ଆନ୍ଦୋଳନ ଜାରି ରହିବ ବୋଲି ଓଡିଆ ଚଳଚ୍ଚିତ୍ର ବଞ୍ଚାଅ ଅଭିଯାନ ର ସଦସ୍ୟମାନେ ଜଣାଇଛନ୍ତି। ଆଜି ରାତି ୮ଟାରେ ବରିଷ୍ଠ ଅଭିନେତ୍ରୀ ମହାଶ୍ବତା ରାୟ ସୁଦୁର ମୁମ୍ବାଇରୁ ଆସି ଅଭିଯାନରେ ଯୋଗଦେଲେ ଓ ଅଭିନେତ୍ରୀ ଅନୁ ଚୌଧୁରୀ ମଧ୍ୟ ଅଭିଯାନରେ ଯୋଗ ଦେଇ ସେମାନଙ୍କର ସମର୍ଥନ ଜଣାଇଲେ।
ଆଜିର ଧାରଣାରେ ଅଭିନେତା ପାର୍ଥସାରଥୀ, ସାନୁ, ସ୍ବରାଜ ବାରିକ, ଡିସ୍କୋ ରେଡ୍ଡୀ, ରବି ମିଶ୍ର, ପ୍ରକାଶ ସ୍ବାଇଁ, ଅଖିଳ ପଟ୍ଟନାୟକ, ରୋହନ୍ ଗର୍ଗ , କୁମାର, ରାଜଵୀର, ଗୁଲୁଆ, ଅଭିନେତ୍ରୀ ପିଙ୍କି ପ୍ରଧାନ, ନିର୍ଦ୍ଦେଶକ ଅଶୋକ ପତି, ବବି ଇସଲାମ, ତାପସ ସରଘରିଆ, ତିରୁପତି ସାହୁ, ସଂଳାପ ଲେଖକ ଡଃ ରଜନୀ ରଞ୍ଜନ, ସତୀଶ ମିଶ୍ର, କ୍ୟାମେରାମ୍ୟାନ ସୁର୍ଦଶନ ସେନାପତି, ସଂଗୀତ ନିର୍ଦ୍ଦେଶକ ପ୍ରେମ୍ ଆନନ୍ଦ, ସଂଭାବନା ର ସଂପାଦକ ଦେବ ପ୍ରସାଦ ପରିଜା, ସିନେ ଗବେଷକ ଡ଼ ମାଧବ ବେହୁରା, ପ୍ରଯୋଜକ ସଂଜୟ ପାତ୍ର, ଦୀପକ ମହାନ୍ତି , ଶିବିର ପରିଡା, ରଞ୍ଜନ ପଟେଲ୍ ପ୍ରମୁଖ ଉପସ୍ଥିତ ଥିଲେ।