ବିଜେଡିରେ ଯୋଗଦେଲେ ଭିକେ ପାଣ୍ଡିଆନ

0

ଭୁବନେଶ୍ୱର (ଆମ ଟିଭି): ଯାହା ଅନୁମାନ କରାଯାଉଥିଲା ଶେଷରେ ତାହା ହିଁ ହେଲା। ୫ଟି ଓ ନବୀନ ଓଡିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍‌‌ ସୋମବାର ବିଜେଡିରେ ଯୋଗ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି। ପୂର୍ବାହ୍ନ ୧୦ଟା୧୫ରେ ନବୀନ ନିବାସରେ ବିଜେଡିରେ ବିଧିବଦ୍ଧ ଭାବେ ସାମିଲ ହେଲେ।

ଏହି ସମୟରେ ବହୁ ବରିଷ୍ଠ ମନ୍ତ୍ରୀ ଓ କର୍ମୀ ଉପସ୍ଥିତ ଥିଲେ। ନବୀନ ନିବାସରୁ ଶଙ୍ଖ ଭବନ ଯିବେ ଭିକେ ପାଣ୍ଡିଆନ୍‌‌। ଶଙ୍ଖ ଭବନରୁ ତାରାତାରିଣୀ ମନ୍ଦିର ଯାଇ ମା’ଙ୍କ ଆଶୀର୍ବାଦ ନେବେ ଭିକେ ପାଣ୍ଡିଆନ୍‌‌।

Leave A Reply

Your email address will not be published.