ଆଇଆଇସିଙ୍କ ଘରୁ ବିଡ଼ା ବିଡ଼ା ଟଙ୍କା ଜବତ

0

ଭୁବନେଶ୍ୱର (ଆମ ଟିଭି): ଭିଜିଲାନ୍ସ ଜାଲରେ ପୋଲିସ୍ ବାବୁ ।  ଭିଜିଲାନ୍ସ ଜାଲରେ ପଡ଼ିଥିବା ବୈପାରୀଗୁଡା ଥାନା ଆଇଆଇସି ସୁଶାନ୍ତ କୁମାର ଶତପଥୀଙ୍କ ଘରୁ ବିଡ଼ା ବିଡ଼ା ଟଙ୍କା ଜବତ । ଆଜି ସକାଳୁ ସକାଳୁ କଟକ ବକ୍ସିବଜାର ସ୍ଥିତ ସରକାରୀ ବାସଭବନରୁ ୨୫ ଲକ୍ଷ ଟଙ୍କା ମିଳିଥିବା ସୂଚନା ରହିଛି । ୫ଶହ ଟଙ୍କିଆ ଓ ଶହେ ଟଙ୍କିଆ ନୋଟ ଜବତ ହୋଇଥିବା ସୂଚନା ରହିଛି ।

ଗତକାଲି ଏକ ଘରୋଇ ବସ୍ରେ କଟକ ଆସୁଥିବାବେଳେ ଜୟପୁରରୁ ୫ କିଲୋମିଟର ଦୂର ଟାଙ୍କୁଆ ନିକଟରେ ସୁଶାନ୍ତଙ୍କୁ ଧରିଥିଲା ଭିଜିଲାନ୍ସ ଟିମ୍ । ତାଙ୍କ ନିକଟରୁ ୨ ଲକ୍ଷ ୭୦ ହଜାର ଟଙ୍କା, ଓ ବୈପାରୀଗୁଡା ଥାନାରେ ଥିବା ସୁଶାନ୍ତଙ୍କ ଚାମ୍ବରରୁ ଲକ୍ଷେ ୮୦ ହଜାର ଟଙ୍କା ଜବତ ହୋଇଥିଲା । ବୈପାରୀଗୁଡ଼ା ସ୍ଥିତ ଘରୁ ୩ ଲକ୍ଷ ଟଙ୍କା ଜବତ ହୋଇଥିଲା ।

Leave A Reply

Your email address will not be published.