ନଭେମ୍ବର ୩୦ରେ ୫୧ ହଜାରରୁ ଅଧିକ ଯୁବକଙ୍କୁ ନିଯୁକ୍ତି ପତ୍ର ବାଣ୍ଟିବେ ମୋଦୀ

0

ନୂଆଦିଲ୍ଲୀ (ଆମ ଟିଭି):  ପୁଣି ମୋଦୀ ବାଣ୍ଟିବେ ନିଯୁକ୍ତି ପତ୍ର ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୩୦ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୫୧ ହଜାରରୁ ଅଧିକ ଯୁବକଙ୍କୁ ନିଯୁକ୍ତି ମେଳା ମାଧ୍ୟମରେ ନିଯୁକ୍ତି ପତ୍ର ବଣ୍ଟନ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନବ ନିଯୁକ୍ତଙ୍କୁ ମଧ୍ୟ ସମ୍ବୋଧିନ କରିବେ। ଦେଶର ୩୭ଟି ସ୍ଥାନରେ ନିଯୁକ୍ତି ମେଳା ଆୟୋଜିତ ହେବ। ଯେଉଁମାନେ ନିଯୁକ୍ତି ପତ୍ର ପାଇବେ ସେମାନଙ୍କୁ ବିଭିନ୍ନ ସରକାରୀ ମନ୍ତ୍ରଣାଳୟ ଏବଂ ବିଭାଗରେ ନିଯୁକ୍ତ କରାଯିବ।

ଦେଶରେ ନିଯୁକ୍ତି ସୁଯୋଗ ସୃଷ୍ଟିକୁ ପ୍ରାଥମିକତା ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଏହା ଏକ ବଡ଼ ପଦକ୍ଷେପ।ନୂତନ ଭାବେ ନିଯୁକ୍ତ ଯୁବକଯୁବତୀଙ୍କୁ ଆଇଜିଓଟି କର୍ମଯୋଗୀ ପୋର୍ଟାଲରେ ଥିବା ଅନଲାଇନ୍ ମଡ୍ୟୁଲ୍ କର୍ମଯୋଗୀ ପ୍ରାରମ୍ଭ ମାଧ୍ୟମରେ ତାଲିମ ନେଇପାରିବେ।

Leave A Reply

Your email address will not be published.