ମହଙ୍ଗା ପଡିଲା ବନ୍ଦେ ଭାରତ ଏକ୍ସପ୍ରେସ ଉପରକୁ ପଥର ମାରିବା: ଜେଲ ଗଲେ ୨ ଜଣ

0

ଭୁବନେଶ୍ଵର (ଆମ ଟିଭି): ମହଙ୍ଗା ପଡିଲା ବନ୍ଦେ ଭାରତ ଏକ୍ସପ୍ରେସ ଉପରକୁ ପଥର ମାରିବା । ଢେଙ୍କାନାଳ ଜିଲ୍ଲା ବୁଢ଼ାପଙ୍କ-ମେରାମଣ୍ଡଳୀ ରେଳ ଷ୍ଟେସନ୍‌ ମଝିରେ ବନ୍ଦେ ଭାରତ ଏକ୍ସପ୍ରେସ୍‌କୁ ପଥର ମାଡ଼ କରିବା ଅଭିଯୋଗରେ ଆଜି ରେଳବାଇ ପୁଲିସ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ବେଲବାହାଳିର ସନ୍ତୋଷ କୁମାର ମହାରଣା (୩୦) ଓ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ସରଦେଈପୁରର ବିଜୟ କୁମାର ଲେଙ୍କା (୪୨)।

ଗତକାଲି ସନ୍ଧ୍ୟାରେ ଖୋର୍ଦ୍ଧାରୋଡ ରେଳବାଇ ପୁଲିସର ସିଆଇବି ଓ ତାଳଚେର ଆରପିଏଫ୍‌ ମିଳିତ ଭାବେ ଆମ୍ବୁସ୍‌ ଚଳାଇଥିବା ବେଳେ ଉଭୟ‌‌ ସନ୍ଦିଗ୍ଧ ଅବସ୍ଥାରେ ଧରାପଡ଼ିଥିଲେ। ପଚରାଉଚରା ବେଳେ ଖୁସିରେ ଟ୍ରେନ୍‌କୁ ପଥର ଫିଙ୍ଗିଥିବା ଉଭୟ ମାନି ଯାଇଥିଲେ। ଆଜି ରେଳବାଇ ପୁଲିସ ଅଭିଯୁକ୍ତ ସନ୍ତୋଷ ଓ ବିଜୟଙ୍କୁ ଢେଙ୍କାନାଳ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ କୋର୍ଟରେ ହାଜର କରାଇଥିଲା। ସେଠାରେ ଉଭୟଙ୍କୁ ୩ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏନେଇ ରେଳବାଇ ପୁଲିସ ତରଫରୁ ସି୩ସି-୨୨୫/୨୦୨୩ରେ ରେଳବାଇ ଆକ୍ଟର ୧୫୩, ୧୪୫(ସି) ଓ ୧୪୭ ଦଫାରେ ଏକ ମାମଲା ରୁଜୁ କରାଯାଇଛି।

 

Leave A Reply

Your email address will not be published.