ଭୁବନେଶ୍ଵର (ଆମ ଟିଭି): ମିଶନ ଶକ୍ତିରେ ଆରମ୍ଭ ହେଲା ପ୍ରଥମ ସିନେମା ହଲ।ଯାଜପୁର ମିଶନ ଶକ୍ତି ମହାସଂଘ ପକ୍ଷରୁ ଯାଜପୁର ଟାଉନ ସ୍ଥିତ ଗୈାତମ ବୁଦ୍ଧ ସଂସ୍କୃତି ଭବନରେ ରାଜ୍ୟର ପ୍ରଥମ ମିଶନ ଶକ୍ତି ସିନେମା ପ୍ରେକ୍ଷାଳୟ ଉଦଘାଟନ ହୋଇଯାଇଛି । ଏଠାରେ ଟିକେଟ କାଉଣ୍ଟର ଠାରୁ ଆରମ୍ଭ କରି ପୁରା ପରିଚାଳନା ମହିଳାମାନଙ୍କ ଦ୍ୱାରା କରାଯିବ ।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଲିଉଡ୍ ସିନେ ଅଭିନେତା ଅରିନ୍ଦମ୍ ରାୟ ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲେ । ଯାଜପୁର ମିଶନ ଶକ୍ତି ମହାସଂଘ ଏବଂ ଜିଲ୍ଲା ପ୍ରଶାସନ ମିଳିତ ଆନୁକୂଲ୍ୟରେ ଏଭଳି ସୁଦୂର ପ୍ରସାରି ପଦକ୍ଷେପ ସମଗ୍ର ରାଜ୍ୟକୁ ଏକ ନୂତନ ଦିଗଦର୍ଶନ ଦେବ ବୋଲି ସେ ପ୍ରକାଶ କରିଛନ୍ତି ।