ଡିସେମ୍ବର ପହିଲାରୁ ବଢ଼ିଲା ଏଲପିଜି ଗ୍ୟାସ ଦର

0

ନୂଆଦିଲ୍ଲୀ (ଆମ ଟିଭି): ଡିସେମ୍ବର ମାସ ପହିଲାରୁ ବଢିଲା ଏଲପିଜି ଗ୍ୟାସ ଦର । ମାସର ଆରମ୍ଭରୁ ଅଏଲ ମାର୍କେଟିଙ୍ଗ କମ୍ପାନୀଗୁଡିକ କମର୍ସିଆଲ ଏଲପିଜି ସିଲିଣ୍ଡର ପିଛା ୪୧ ଟଙ୍କା ବୃଦ୍ଧି କରିଛନ୍ତି । ରାଜଧାନୀ ଦିଲ୍ଲୀରେ ଆଜିଠୁ ୧୯ କେଜି କମର୍ସିଆଲ ଏଲପିଜି ସିଲିଣ୍ଡର ୧୭୫୫.୫୦ ଟଙ୍କା ବଦଳରେ ୧୭୯୬.୫୦ ଟଙ୍କାରେ ମିଳିବ ।

ଆଇଓସିଏଲ ୱେବସାଇଟରେ ଏଲପିଜି ସିଲିଣ୍ଡରର ଦର ଅପଡେଟ୍ କରାଯାଇଛି ଏବଂ ପରିବର୍ତ୍ତିତ ଦରକୁ ଲାଗୁ କରାଯାଇଛି । ଦୀପାବଳି ପୂର୍ବରୁ ମଧ୍ୟ ତୈଳ କମ୍ପାନୀ କମର୍ସିଆଲ ସିଲିଣ୍ଡର ଦର ୧୦୩ ଟଙ୍କା ବଢାଇଥିଲେ । ତେବେ ବର୍ଦ୍ଧିତ ଦର ପରେ ଦିଲ୍ଲୀରେ ଏହାର ଦର ରହିଛି ୧୭୯୬ ଟଙ୍କା ୫୦ ପଇସା ରହିଥିବାବେଳେ କୋଲକାତାରେ ଏହା ରହିଛି ୧୯୦୮ଟଙ୍କା ।

Leave A Reply

Your email address will not be published.