ଭୁବନେଶ୍ୱର (ଆମ ଟିଭି): ଆସୁଛି ଆଉ ଏକ ଲଘୁଚାପ।ଅବପାତର ରୂପ ନେଲା ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେରେ ସୃଷ୍ଟ ଲଘୁଚାପ । ଆସନ୍ତା ୩ରେ ବାତ୍ୟା ଆଶଙ୍କା । ୪ ତାରିଖ ସନ୍ଧ୍ୟା ବେଳକୁ ବାତ୍ୟା ଅତିକ୍ରମ କରିବା ନେଇ ସମ୍ଭବନା । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଏହି ଘୂର୍ଣ୍ଣିବାତ୍ୟା ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁ ଉପକୂଳରେ ୪ ତାରିଖ ସନ୍ଧ୍ୟାରେ ମାଡ ହେବ ବୋଲି ଆକଳନ କରାଯାଇଛି । ଅବପାତ ଏବେ ଚେନ୍ନାଇଠୁ ୮୦୦ କିଲୋମିଟର ଦୂରରେ ଥିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଏହା ପଶ୍ଚିମ ଦକ୍ଷିଣ-ପଶ୍ଚିମ ଦିଗରେ ଗତି କରୁଛି । ଡିସେମ୍ବର ୨ ତାରିଖରେ ଗଭୀର ଅବପାତର ରୂପ ନେବ ।
ପରେ ୩ ତାରିଖ ବେଳକୁ ସାମୁଦ୍ରିକ ଝଡର ରୂପ ନେବ ବୋଲି ଆକଳନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଡିସେମ୍ବର ୪ ତାରିଖ ସନ୍ଧ୍ୟାରେ ତାମିଲନାଡୁ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ମଛଲିପଟନମରେ ବାତ୍ୟା ଛୁଇଁବ ବୋଲି ଆକଳନ କରାଯାଇଛି ।