ଲେଖକ ହେବାକୁ ଇଛା ଥିଲା,ରାହୁଲ

0

କନ୍ନୁର :କଂଗ୍ରେସ ଏମପି ରାହୁଲ ଗାନ୍ଧୀ କେରଳର କନ୍ନୁରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ନିଜ ମନକଥା ପ୍ରକାଶ କରିଛନ୍ତି। ସେ କହିଛନ୍ତି, ମୁଁ ଲେଖକ ହେବାକୁ ଚାହୁଁଥିଲି। ସବୁବେଳେ ସତ ସହ ପରିଚୟ ହେବାକୁ ଏବଂ ସବୁବେଳେ ସତ କହିବାକୁ ଚାହୁଁଛି। ସେଥିପାଇଁ ଲେଖକ ହେବାର ରାସ୍ତା କଠିନ ହେଲେ ମଧ୍ୟ ମୋର ପସନ୍ଦ। ସେ ଆହୁରି କହିଛନ୍ତି, ସତ କହିବା ସହଜ ନୁହେଁ। ସତ କହିବା ଦ୍ୱାରା ବିଭିନ୍ନ ପ୍ରକାର ସମସ୍ୟା ଉପୁଜିଥାଏ। ହେଲେ ରାଜନୈତିକ ଜୀବନରେ ଲେଖକ ଭଳି ହେବାର ଲକ୍ଷ୍ୟ ରଖିଛି।

ରାହୁଲ କନ୍ନୁରରେ ଆୟୋଜିତ ଟି ପଦ୍ମନାଭନଙ୍କ ସାହିତ୍ୟ ସମାରୋହରେ ଯୋଗ ଦେଇଥିଲେ।

Leave A Reply

Your email address will not be published.