ପିଟିଆଇର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଇମ୍ରାନ ଖାନ
ଇସଲାମାବାଦ (ଆମ ଟିଭି): ପାକିସ୍ତାନ ରୁ ଏକ ବଡ଼ ଖବର ଆସି ପହଞ୍ଚିଛି। ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ପାକିସ୍ତାନ ତେହରିକ୍-ଇ-ଇନସାଫ୍ (ପିଟିଆଇ)ର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ସ୍ଥାନରେ ଦଳର ବରିଷ୍ଠ ନେତା ଗୋହର ଖାଁଙ୍କୁ ଦଳର ମଧ୍ୟବର୍ତ୍ତୀକାଳୀନ ଅଧ୍ୟକ୍ଷ କରାଯାଇଛି। ଅଧ୍ୟକ୍ଷ ପକ୍ଷରୁ ଇସ୍ତଫା ସହିତ ପିଟିଆଇର ଅଧ୍ୟକ୍ଷ ପଦ ଲାଗି ହେଉଥିବା ନିର୍ବାଚନରେ ଇମ୍ରାନ ପ୍ରତିଦ୍ବନ୍ଦ୍ବିତା କରିବେ ନାହିଁ ।
ଇମ୍ରାନ ପିଟିଆର ପ୍ରତିଷ୍ଠାତା ହୋଇଥିବାବେଳେ ସେ ଏହି ନିର୍ବାଚନ ଲଢିବାକୁ ମନା କରିଛନ୍ତି । ପିଟିଆଇର ଅଧ୍ୟକ୍ଷ ପଦ ଲାଗି ସେ ଗୋହରଙ୍କ ନାମକୁ ସୁପାରିସ କରିଛନ୍ତି । ଗୋହରଙ୍କୁ ଡିସେମ୍ବର ୨ରେ ହେବାକୁ ଥିବା ଦଳୀୟ ନିର୍ବାଚନରେ ବିଧିବଦ୍ଧ ଭାବେ ପିଟିଆଇର ନିୟମିତ ଅଧ୍ୟକ୍ଷ ଘୋଷଣା କରାଯିବ।