ପପୁଙ୍କ କଣ୍ଠରେ ଲକ୍ଷ୍ମୀ ପୁରାଣ
ଭୁବନେଶ୍ୱର (ଆମ ଟିଭି): ମାର୍ଗଶିର ମାସ ଆସିଲେ ପ୍ରେତ୍ୟକ୍ ଙ୍କ ଘରେ ମାଣବସା ଗୁରୁବାର କରାଯାଏ ମା ଲକ୍ଷ୍ମୀ ଙ୍କ ପାଇଁ। ଏଇ ମାଣବସା ଗୁରୁବାର ର ନିୟମ ଅନୁସାରେ ପ୍ରତ୍ୟେକଙ୍କ ଘରେ ଲକ୍ଷ୍ମୀ ପୁରାଣ ପଢାଯାଏ । ଅନେକ ପଢ଼ି ନ ପାରିଲେ ସେ ଜାଗାରେ ବିଭିନ୍ନ ଅଡିଓ କମ୍ପାନୀଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଲକ୍ଷ୍ମୀ ପୁରାଣ କୁ ମଧ୍ୟ ବଜା ଯାଏ। ଘରେ ଲକ୍ଷ୍ମୀ ପୁରାଣ ଗୀତ ବାଜିଲେ ଘରର ଅନେକ ଶୁଭ ହୋଇଥାଏ ଯାହା ଶାସ୍ତ୍ରରେ କୁହଯାଇଛି। ସେଇ ଲକ୍ଷ୍ମୀ ପୁରାଣ ଗୀତ ପ୍ରାୟେ ଆମେ ନାରୀ ମାନଙ୍କ କଣ୍ଠରୁ ସୁଣିଥାଉ।
ପୁରୁଷ ଲୋକ ଗାଇବା ଭଉତ୍ କମ୍। କିନ୍ତୁ ପ୍ରଥମ ଥର ପାଇଁ ପପୁ ପମ୍ ପମ୍ ତାଙ୍କ ନିଜର ଭକ୍ତି ପୁର୍ଣ୍ଣ ଭାବ ପୁର୍ଣ୍ଣ କଣ୍ଠ ରେ ଗାଇଛନ୍ତି ଓଡ଼ିଶାର ଅଗଣିତ ଭକ୍ତମାନଙ୍କ ପାଇଁ ଲକ୍ଷ୍ମୀ ପୁରାଣ। ତାଙ୍କ ନିଜସ୍ୱ ଚାନେଲ ପପୁ ପମ୍ ପମ୍ କ୍ରିଏସନ ଓ ପପୁ ପମ୍ ପମ୍ ଙ୍କର୍ ଆଧ୍ୟାତ୍ମିକତା ଚାନେଲ ଆରାଧନା ରେ ମଧ୍ୟ ଏହା ଆସନ୍ତା ଗୁରୁବାର ଦିନ ସକାଳ ୫ ଟା ବେଳେ ଅପଲୋଡ୍ ହେବ ଏବଂ ଶ୍ରୋତା ଙ୍କ ପାଖରେ ପହଞ୍ଚି ପାରିବ। ଏଥିରେ ପପୁ ଙ୍କ ସହିତ ପ୍ରଥମ ଥର ତାଙ୍କ ସ୍ତ୍ରୀ ଏବଂ ତାଙ୍କ ପୁଅ, ଝିଅ ମଧ୍ୟ ଅଭିନୟ କରିଛନ୍ତି ପୂଜାରେ। ପପୁ ପମ୍ ପମ୍ ଙ୍କ ଭକ୍ତି ଭାବ ପୁର୍ଣ୍ଣ କଣ୍ଠ ରେ ଗୀତ ଟି ଅତ୍ୟନ୍ତ ସୁମଧୁର ହୋଇଛି ଏବଂ ମନରେ ପବିତ୍ରତା ଅଛି ଆପଣଙ୍କୁ ଶୁଣିବାକୁ ଏବଂ ଦେଖିବାକୁ ଅନୁରୋଧ୍ ଏବଂ ପ୍ରତ୍ୟେକ ମାଣବସା ଗୁରୁବାର ଦିନ ଏଇ ଗୀତ ଟିକୁ ଆପଣ ଘରେ ବଜେଇ ପାରିବେ। ଗୀତ ଟିକୁ ଆରେଞ୍ଜମେଣ୍ଟ୍ କରିଛନ୍ତି ଜଗା ଜେଡି।
ଗୀତ ଟି ଭୁବନେଶ୍ୱର ର ସ୍ମୃତି ବାବୁଙ୍କ ଷ୍ଟୁଡିଓ ରେ ରେକର୍ଡିଂ ହୋଇଛି। ଗିତଟିକୁ ଗାଇଛନ୍ତି ପପୁ ପମ ପମ ଏବଂ ଏହା ପ୍ରାଚୀନ ଲେଖା ବଳରାମ ଦାସ ଙ୍କର। ଆପଣ ଏହି ଗୀତ କୁ ଶୁଣିବାକୁ ଚାହିଁଲେ ଆରାଧନା ଓଡିଆ ଭଜନ ଚାନେଲ କୁ ଯାଇଦେଖିପାରନ୍ତି ଅଥବା ପପୁ ପମ୍ ପମ୍ କ୍ରିଏସନ୍ ରେ ମଧ୍ୟ ଦେଖିପାରିବେ। ଜୟ ମା ଲକ୍ଷ୍ମୀ