ଫିଲିପାଇନ୍ସର ‘ମିଣ୍ଡାନାଓ’ରେ ବଡ଼ ଧରଣର ଭୂକମ୍ପ ଝଟକା

0

ନୂଆଦିଲ୍ଲୀ (ଆମ ଟିଭି): ଭୁକଂପରେ ଥରିଲା ଫିଲିପାଇନ୍ସ। ଦକ୍ଷିଣ ଫିଲିପାଇନ୍ସର ‘ମିଣ୍ଡାନାଓ’ରେ ବଡ଼ ଧରଣର ଭୂକମ୍ପ ଝଟକା । ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୫ ରେକର୍ଡ କରାଯାଇଛି । କ୍ଷୟକ୍ଷତି ନେଇ କିଛି ସ୍ପଷ୍ଟ ହୋଇନଥିବା ବେଳେ ଭୂକମ୍ପ ପ୍ରଭାବରେ ଫିଲିପାଇନ୍ସ ଉପକୂଳ ଓ ଦକ୍ଷିଣ-ପଶ୍ଚିମ ଜାପାନ ଉପକୂଳରେ ସୁନାମୀ ଆସିବା ଆଶଙ୍କା କରାଯାଉଛି ।

ଏ ନେଇ ହାଇଆଲର୍ଟ କରାଯାଇଛି । ଗଭୀର ସମୁଦ୍ରରେ ରହିଥିବା ଜାହାଜଗୁଡିକୁ ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ସେହିଠାରେ ରହିବାକୁ କୁହାଯାଇଛି । ଉପକୂଳ ନିକଟରେ ରହୁଥିବା ଲୋକଙ୍କୁ ତୁରନ୍ତ ସ୍ଥାନ ଖାଲି କରି ଦୂରକୁ ଚାଲିଯିବାକୁ କୁହାଯାଇଛି ।

Leave A Reply

Your email address will not be published.