ସାମ୍ନାକୁ ଆସିଲା ଅଯୋଧ୍ୟା ରାମ ମନ୍ଦିର ଉଦଘାଟନର ନିମନ୍ତ୍ରଣ ପତ୍ର

0

ନୂଆଦିଲ୍ଲୀ (ଆମ ଟିଭି): ରାମ ମନ୍ଦିର ପାଇଁ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି । ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ପବିତ୍ର ଭୂମି ପୂଜନ ସମାରୋହ ଅଗଷ୍ଟ ୫ତାରିଖରେ ଅନୁଷ୍ଠିତ ହେବ। ଆଉ ଏଥିପାଇଁ ନିମନ୍ତ୍ରଣ କାର୍ଡର ପ୍ରଥମ ଫଟୋ ସାମ୍ନାକୁ ଆସିଛି । ଗାଢ ହଳଦିଆ ରଙ୍ଗର ଏହି ନିମନ୍ତ୍ରଣ କାର୍ଡକୁ ଟ୍ରଷ୍ଟ ପକ୍ଷରୁ ପ୍ରସ୍ତୁତ କରାଯାଇଛି। ଏହି ଅବସରରେ ପ୍ରାୟ ୨୦୦ ନିମନ୍ତ୍ରିତ ବ୍ୟକ୍ତିଙ୍କୁ ନିମନ୍ତ୍ରଣ କାର୍ଡ ପଠାଯିବ। ସାରା ଦେଶରୁ ପାଖାପାଖି ୬ ହଜାର ଲୋକଙ୍କୁ ନିମନ୍ତ୍ରଣ କରାଯିବାର ସୂଚନା ରହିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମ ମନ୍ଦିରର ଶିଳାନ୍ୟାସ କରିବେ । ଏହି ଐତିହାସିକ କାର୍ୟ୍ୟକ୍ରମରେ ଅନେକ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ଆରଏସଏସ ମୁଖ୍ୟ ମୋହନ ଭାଗବତ ଏବଂ ସାଧୁ ସନ୍ଥମାନେ ଯୋଗ ଦେବାର ସମ୍ଭାବନା ରହିଛି । ଅଯୋଧ୍ୟା ଜମି ବିବାଦ ମାମଲାର ଅନ୍ୟତମ ପକ୍ଷବାଦୀ ଇକବାଲ ଅନସାରୀଙ୍କୁ ସୋମବାର ରାମ ମନ୍ଦିର ଶିଳାନ୍ୟାସ ସମାରୋହ ପାଇଁ ପ୍ରଥମ ନିମନ୍ତ୍ରଣ ମିଳିଛି।

Leave A Reply

Your email address will not be published.