ଇସ୍ତଫା ଦେଲେ ମୁଖ୍ୟମନ୍ତ୍ରୀ ଗେହଲଟ

0

ରାଜସ୍ଥାନରେ ବିଜେପି ସରକାର ଗଠନ କରିବାକୁ ଯାଉଛି। କଂଗ୍ରେସକୁ ଗାଦିଚ୍ୟୁତ କରି ବିଜେପି ଦମଦାର ଢଙ୍ଗରେ କ୍ଷମତା ଦଖଲ କରିଛି। ରାଜସ୍ଥାନର ୧୯୯ ବିଧାନସଭା ଆସନରୁ ବିଜେପି ୧୧୬ଟିରେ ଜିତିଥିବା ବେଳେ କଂଗ୍ରେସ ୬୮ ଓ ଅନ୍ୟାନ୍ୟ ଦଳ ୧୫ଟି ଆସନ କବାଜ କରିଛନ୍ତି।

କଂଗ୍ରେସ ଶୋଚନୀୟ ଭାବେ ପରାସ୍ତ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ନିଜ ପଦରୁ ଇସ୍ତଫା ଦେଇଛନ୍ତି। କଂଗ୍ରେସ ହାରିବା ସୁନିଶ୍ଚି ହୋଇଯିବାରୁ ମୁଖ୍ୟମନ୍ତ୍ରୀ ଗେହଲଟ ଆଜି ସନ୍ଧ୍ୟାରେ ରାଜଭବନରେ ପହଞ୍ଚିଥିଲେ।

ଏହାପରେ ସେ ରାଜ୍ୟପାଳ କଲରାଜ ମିଶ୍ରାଙ୍କୁ ସାକ୍ଷାତ କରି ନିଜର ଇସ୍ତଫାପତ୍ର ହସ୍ତାନ୍ତର କରିଛନ୍ତି। ଏହାର ଭିଡିଓ ଓ ଫଟୋ ମଧ୍ୟ ସାମ୍ନାକୁ ଆସିଛି।

କଂଗ୍ରେସ ରାଜସ୍ଥାନରେ ହାରିଥିଲେ ମଧ୍ୟ ଗେହଲଟ ତାଙ୍କ ପାରମ୍ପରିକ ଆସନ ସରଦାରପୁରରୁ ଜିତିଛନ୍ତି। ଏହାକୁ ମିଶାଇ ୯ମ ଥର ପାଇଁ ଗେହଲଟ ଉକ୍ତ ଆସନରୁ ଜିତିବାର ରେକର୍ଡ କରିଛନ୍ତି। ଗେହଲଟ ୨୬,୩୯୬ ଭୋଟରେ ବିଜେପିର ପ୍ରଫେସର ମହେନ୍ଦ୍ର ରାଠୋରଙ୍କୁ ପରାସ୍ତ କରିଛନ୍ତି।

 

Leave A Reply

Your email address will not be published.