ଆଜି ମିଜୋରାମ ନିର୍ବାଚନର ଫଳାଫଳ: ଚାଲିଛି ଭୋଟ ଗଣତି

0

ନୂଆଦିଲ୍ଲୀ (ଆମ ଟିଭି): ୪ରାଜ୍ୟର ଫଳାଫଳ ପରେ ଆଜି ଆରମ୍ଭ ହୋଇଛି ମିଜୋରାମ ନିର୍ବାଚନର ଭୋଟ୍ ଗଣତି । ୪୦ ବିଧାନସଭା ଆସନ ବିଶିଷ୍ଟ ମିଜୋରାମରେ କିଏ ସରକାର ଗଢିବ ତା ଉପରେ ନଜର ରହିଛି । ମିଜୋରାମରେ ଏବେ ସରକାରରେ ଅଛି ଏମ୍ଏନ୍ଏଫ ବା ମିଜୋ ନେସନାଲ ଫ୍ରଂଟ । ହେଲେ ଏଗଜିଟ୍ ପୋଲ ଅନୁସାରେ ଜୋରାମ୍ ପିପୁଲ୍ସ ଫ୍ରଂଟକୁ ଲୋକେ ଅଧିକ ପସନ୍ଦ କରୁଛନ୍ତି ।

୧୮ ମହିଳାଙ୍କ ସମେତ ୧୪୭ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ମିଜୋରାମ୍ରେ ଏମ୍ଏନ୍ଏଫ, ଜେଡ୍ପିଏଫ୍ ଓ କଂଗ୍ରେସ ୪୦ଟି ଲେଖାଏଁ ଆସନରେ ଲଢିଛନ୍ତି । ବିଜେପି ୧୩ଟି ଆସନରେ ପ୍ରାଥୀ ଛିଡା କରିଥିଲା । ସେହିପରି ପ୍ରଥମ ଥର ଆପ୍ ୪ଟି ଆସନରେ ପ୍ରାର୍ଥୀ ଛିଡା କରିଥିଲା । ଏହା ସହ ୧୭ ଜଣ ନିର୍ଦଳୀୟ ପ୍ରାର୍ଥୀଙ୍କ ମଧ୍ୟ ଭାଗ୍ୟ ନିର୍ଦ୍ଧାରଣ ହେବ ।

Leave A Reply

Your email address will not be published.