ମଧ୍ୟପ୍ରଦେଶ ନିର୍ବାଚନ ଫଳାଫଳ: ଇସ୍ତଫା ଦେଇପାରନ୍ତି ରାଜ୍ୟ କଂଗ୍ରେସ ସଭାପତି କମଳନାଥ

0

ନୂଆଦିଲ୍ଲୀ (ଆମ ଟିଭି): ମଧ୍ୟପ୍ରଦେଶରେ ପୁଣି ବାଜି ମାରିଲା ବିଜେପି। ମଧ୍ୟପ୍ରଦେଶରେ କଂଗ୍ରେସ ପରାଜୟ ପରେ ଇସ୍ତଫା ଦେଇପାରନ୍ତି ରାଜ୍ୟ କଂଗ୍ରେସ ସଭାପତି କମଲନାଥ । ମିଳିଥିବା ସୂଚନା ଅନୁସାରେ ମଧ୍ୟପ୍ରଦେଶରେ କଂଗ୍ରେସର ପରାଜୟ ପରେ ଦଳୀୟ କର୍ମକର୍ତାଙ୍କୁ ସାକ୍ଷାତ କରିନଥିଲେ କମଲନାଥ । କିନ୍ତୁ ଏହି ସମୟରେ ବିଜୟୀ ଶିବରାଜଙ୍କୁ ଭେଟି ଶୁଭେଚ୍ଛା ଜଣାଇଥିଲେ ଯାହାକୁ ନେଇ ଖପ୍ପା ହୋଇଛି କଂଗ୍ରେସର ଶୀର୍ଷ ନେତୃତ୍ୱ ।

ଏସବୁ ଭିତରେ ଆଜି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଭେଟି କମଲନାଥ ଇସ୍ତଫା ଦେବେ ବୋଲି କୁହାଯାଉଛି । ୨୦୧୮ରେ କମଲନାଥଙ୍କ ନେତୃତ୍ୱରେ କଂଗ୍ରେସ ମଧ୍ୟପ୍ରଦେଶରେ ୧୧୪ଟି ଆସନରେ ବିଜୟୀ ହୋଇ ସରକାର ଗଢ଼ିଥିଲା । ମାତ୍ର ୧୫ମାସ ପରେ କମଲନାଥ ସରକାର ଭାଙ୍ଗିଯାଇଥିଲା । କିନ୍ତୁ ଏଥର ଦଳକୁ ମାତ୍ର ୬୬ଟି ଆସନ ମିଳିଛି । ୨୩୦ବିଧାନସଭା ଆସନ ବିଶିଷ୍ଟ ମଧ୍ୟପ୍ରଦେଶରେ ବିଜେପି ଦମଦାର କମବ୍ୟାକ୍ କରିଛି । ୧୬୩ଟି ଆସନରେ ବିଜୟୀ ହୋଇଛି ଭାରତୀୟ ଜନତା ପାର୍ଟି ।

Leave A Reply

Your email address will not be published.