ଆଜି ସରୁଛି କଟକର ଐତିହାସିକ ବାଲିଯାତ୍ରା

0

କଟକ (ଆମ ଟିଭି): ବହୁ ଧୁମ୍ ଧାମ ରେ ଚାଲିଛି କଟକ ବାଲିଯାତ୍ରା । ବାଲିଯାତ୍ରାରେ ମନ ମୋହିଲା ସମର ତରଙ୍ଗ । ଢେଙ୍କାନାଳଳର ନାଟ୍ୟ ସଂସ୍ଥା କଳା,ପରିଷଦ ପକ୍ଷରୁ ଗୀତନାଟ୍ୟ ସମର ତରଙ୍ଗ ପରିବେଷଣ କରାଯାଇଥିଲା । ଯାହା ଦର୍ଶକଙ୍କ ମନକୁ ଛୁଇଁଥିଲା ।

ଓଡ଼ିଶା ଇତିହାସରେ ଖଞ୍ଜଣାକୁ ନେଇ ମରହଟା ଏବଂ ଢେଙ୍କାନାଳ ରାଜଙ୍କ ମଧ୍ୟରେ ହୋଇଥିବା ତିନିଟି ଯୁଦ୍ଧରେ କିପରି ମରହଟା ପରାସ୍ତ ହୋଇଥିଲା ତାର କାହାଣୀକୁ ନାଟକରେ ବର୍ଣ୍ଣନା କରାଯାଇଥିଲା । ୬୦ ଜଣ କଳାକାରଙ୍କୁ ନେଇ ଏହି ନାଟକ ପ୍ରସ୍ତୁତ କରାଯାଇଥିଲା । ତେବେ ଆଜି ବାଲିଯାତ୍ରାର ଶେଷ ଦିନ । ସୋମବାର ବାଲିଯାତ୍ରା ସରିବାର ଥିଲା । କିନ୍ତୁ ଆଜି ଗୋଟିଏ ଦିନ ବଢାଯାଇଛି ।

Leave A Reply

Your email address will not be published.