ନୂଆଦିଲ୍ଲୀ (ଆମ ଟିଭି): ଚେନ୍ନାଇ ରେ ତାଣ୍ଡବ ରଚିଛି ବର୍ଷା ।ମିଗଜୋମ ପ୍ରଭାବରେ ତାମିଲନାଡୁରେ ପ୍ରବଳ ବର୍ଷା ଜାରି ରହିଛି । ବର୍ଷା ଯୋଗୁ ଚେନ୍ନାଇ ସହରର ସ୍ଥିତି ବେହାଲ ହୋଇପଡିଛି । ପାଞ୍ଚ ଜଣଙ୍କ ଜୀବନ ଯାଇଛି । ପ୍ରବଳ ବର୍ଷା ଜାରି ରହିଥିବା ବେଳେ ଅନେକ ସ୍ଥାନରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି କରିଛି । କେଉଁଠି ଘର ଭିତରେ ପାଣି ପଶିଯାଇଛି ତ କେଉଁଠି ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ଚାଲୁଛି । ରାସ୍ତା ଉପରେ ଅନେକ ଗାଡି ମୋଟର ଫସି ଯାଇଛି । କାର ରାସ୍ତାରେ ଭାସୁଥିବା ଦେଖିବାକୁ ମିଳିଛି ।
ତେବେ ବର୍ଷା ଯୋଗୁ ୨୦୪ ଟି ଟ୍ରେନ ବାତିଲ ହୋଇଥିବା ବେଳେ ୭୦ ବିମାନ ଚଳାଚଳ ବାତିଲ କରିଦିଆଯାଇଛି । ବଡ଼ ବଡ଼ ଗାଡି, କାର, ଅଟୋ ଆଦି ବୁଡି ରହିଥିବା ଦେଖିବାକୁ ମିଳିଛି । ଚେନ୍ନାଇ ଏୟାରପୋର୍ଟ ରନୱେ ମଧ୍ୟ ବର୍ଷା ପାଣିରେ ବୁଡିଯାଇଛି । ବଡ଼ ବଡ଼ ଗଛ ଉପୁଡି ପଡିଥିବା ଦେଖିବାକୁ ମିଳିଛି । ବର୍ଷା ସହ ପବନ ହେଉଥିବାରୁ ଜନଜୀବନ ପ୍ରଭାବିତ ହୋଇଛି । ଫଳରେ ରାସ୍ତାରେ ଅନେକ ଗଛ ଭାଙ୍ଗି ପଡ଼ିଥିବା ବେଳେ ରାସ୍ତା ସଫା ପାଇଁ ଯୁଦ୍ଧକାଳୀନ ଭିତିରେ ଉଦ୍ୟମ ଆରମ୍ଭ କରିଛି ପ୍ରଶାସନ ।