ଜାନୁଆରି ୧୭ରେ ଲୋକାର୍ପଣ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି

0

ପୁରୀ (ଆମ ଟିଭି): ବହୁ ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି । ଜାନୁଆରି ୧୭ ତାରିଖରେ ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେବ। ଏହି ଉପଲକ୍ଷେ ୬ ଦିନ ଧରି ମହାଯଜ୍ଞ ସହ ଚାରି ବେଦପାଠର ଆୟୋଜନ କରାଯାଇଛି। ଐଶାନ୍ୟକୋଣରେ ମହାଯଜ୍ଞର ଆୟୋଜନ ପାଇଁ ସ୍ଥିର ହୋଇଛି।

ଏଣୁ ଆଜି ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ, ଶ୍ରୀମନ୍ଦିର ପରିଚାଳନା କମିଟି, ମୁକ୍ତିମଣ୍ଡପ ବ୍ରାହ୍ମଣ, ଶ୍ରୀମନ୍ଦିର ଇଂଜିନିୟରମାନେ ଶ୍ରୀମନ୍ଦିର ଉତ୍ତରପାର୍ଶ୍ବ ସ୍ଥିତି ଅନୁଧ୍ୟାନ କରିଛନ୍ତି। ମହାଯଜ୍ଞରେ ସାମିଲ୍‌ ହେବାକୁ ଥିବା ବ୍ରାହ୍ମଣମାନଙ୍କୁ ନେଇ ଘଟଣାସ୍ଥଳ ଅନୁଧ୍ୟାନ କରିବା ସହ ବିସ୍ତୃତ ଆଲୋଚନା କରିଛନ୍ତି।

Leave A Reply

Your email address will not be published.