ରେବନ୍ଥ ରେଡ୍ଡୀ ହେବେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ

0

ଚର୍ଚ୍ଚାରେ ଥିବା କଂଗ୍ରେସର ବଡ ଚେହେରା ଅନୁମୁଲା ରେବନ୍ଥ ରେଡ୍ଡୀ ହେବାକୁ ଯାଉଛନ୍ତି ତେଲଙ୍ଗାନା ମୁଖିଆ। ଦୁଇ ଦୁଇ ଥରର ବିଧାୟକ ତଥା ସାଂସଦ ଥିବା ରେବନ୍ଥ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର କାର୍ଯ୍ୟକ୍ରମ ରହିଛି। ସୂତ୍ରରୁ ପ୍ରକାଶ ରିପୋର୍ଟ ଅନୁସାରେ, ରେବନ୍ଥ ଆସନ୍ତାକାଲି କିମ୍ବା ତା’ ପର ଦିନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି।

ତେଲଙ୍ଗାନା ବିଧାନସଭା ନିର୍ବାଚନରେ ପ୍ରମୁଖ ଭୂମିକା ନିଭାଇଥିଲେ ରେବନ୍ଥ ରେଡ୍ଡୀ। ମୁଖ୍ୟମନ୍ତ୍ରୀଙ୍କ ସହ ଡାଇରେକ୍ଟ ଫାଇଟ୍ ତାଙ୍କୁ ଏକ ବଡ ମାଇଲେଜ୍ ଦେଇଥିଲା। ଯଦି ଦଳ ସତ୍ତାକୁ ଆସେ ତେବେ ସେ ମୁଖ୍ୟମନ୍ତ୍ରୀ ହେବେ ବୋଲି ଏକ ପ୍ରକାର ସ୍ପଷ୍ଟ ହୋଇଯାଇଥିଲା। କିନ୍ତୁ କାମାରେଡ୍ଡୀ ଆସନରୁ ଲଢୁଥିବା ବିଆରଏସ୍ ଓ କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କୁ ଚକମା ଦେଇଥିଲେ ବିଜେପି ପ୍ରାର୍ଥୀ।

ଦୁଇ ଦଳର ଦୁଇ ପୁରୁଖା ନେତା ଏହି ଆସନରୁ ପରାଜିତ ହୋଇଥିଲେ, ଯାହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା। ଏଠାରେ ବିଜେପି ପ୍ରାର୍ଥୀ କଟିପଲ୍ଲୀ ଭେଙ୍କଟ ରମଣ ରେଡ୍ଡୀ ରେବନ୍ଥଙ୍କ ସହ କେସିଆରଙ୍କୁ ଫେଲ୍ କରାଇ ଦେଇଥିଲେ। ଶେଷରେ କୋଡାଙ୍ଗଲା ବିଧାନସଭା ରେବନ୍ଥଙ୍କ ସମ୍ମାନ ବଞ୍ଚାଇ ଦେଇଛି।

Leave A Reply

Your email address will not be published.