ମମତାଙ୍କ ଉପରେ ବର୍ଷିଲେ ଅଧୀର ରଞ୍ଜନ

0

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ବିଜେପିର ବଡ଼ ବିଜୟ ପରେ ଗତକାଲି କଂଗ୍ରେସ ପକ୍ଷରୁ ଡିସେମ୍ବର ୬ ତାରିଖ ବୁଧବାର ନୂଆଦିଲ୍ଲୀରେ ଇଣ୍ଡିଆ ମେଣ୍ଟର ପରବର୍ତ୍ତୀ ବୈଠକ ଡକାଯାଇଥିଲା । ଦଳର ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେ କଂଗ୍ରେସ, ଡିଏମ୍‌କେ ଓ ତୃଣମୂଳ କଂଗ୍ରେସ ସମେତ ମେଣ୍ଟ ସହଯୋଗୀମାନଙ୍କୁ ଫୋନ୍ କରି ବୈଠକ ବିଷୟରେ ଅବଗତ କରାଇଥିଲେ। ତେବେ ଯେତେବେଳେ ବୈଠକକୁ ନେଇ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀଙ୍କୁ ପଚରାଯାଇଥିଲା ସେ କହିଥିଲେ ଯେ ବୈଠକ ନେଇ ତାଙ୍କ ପାଖରେ କିଛି ଖବର ନାହିଁ |

ମମତା କହିଥିଲେ, “ମୁଁ ଏ ବିଷୟରେ ଅବଗତ ନୁହେଁ ଏବଂ ସେହିଦିନ ମୋର କିଛି କାର୍ଯ୍ୟକ୍ରମ ଧାର୍ଯ୍ୟ କରାଯାଇଛି। ଯଦି ମୋ ପାଖରେ ଏହି ବିଷୟରେ ସୂଚନା ଥାନ୍ତା, ମୁଁ ସେହି କାର୍ଯ୍ୟକ୍ରମକୁ ଯାଇନଥାନ୍ତି। ମମତା କହିଛନ୍ତି ବୈଠକ ନେଇ ଖବର ଥିଲେ ଓ ଯଦି ମୁଁ ଜାଣିଥାନ୍ତି ତେବେ ଏହି କାର୍ଯ୍ୟକ୍ରମ ରଖିନଥାନ୍ତି ।

Leave A Reply

Your email address will not be published.