ଭୁବନେଶ୍ୱର (ଆମ ଟିଭି) : ଆଉ ଗୋଟିଏ ପାଦ ଆଗକୁ ବଢ଼ିଲା ମୋ ବସ ସେବା । କ୍ୟାପିଟାଲ୍ ରିଜିୟନ୍ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍) ପକ୍ଷରୁ ଭୁବନେଶ୍ୱର ବିମାନ ବନ୍ଦରରୁ ସିଧାସଳଖ କଟକ ନେତାଜୀ ବସ୍ ଟର୍ମିନାଲ୍ (ସିିିଏନ୍ବିଟି) ଏବଂ ପୁରୀ ବସ୍ ଷ୍ଟାଣ୍ଡ୍ ପର୍ଯ୍ୟନ୍ତ ମୋ ବସ୍ ଏକ୍ସପ୍ରେସ୍ ସେବା ଆରମ୍ଭ ହୋଇଛି ।
ବିମାନବନ୍ଦର ଯୋଗେ ଆସୁଥିବା ଯାତ୍ରୀମାନଙ୍କୁ ଏକ ନିରାପଦ ଯାତ୍ରାର ଅନୁଭୂତି ଦେବା ପାଇଁ ପୁରୀ ବସ୍ଷ୍ଟାଣ୍ଡ୍ ପର୍ଯ୍ୟନ୍ତ ଫ୍ଲାଟ୍ ୨୦୦/- ଟଙ୍କା ଟିକେଟ୍ ମୂଲ୍ୟ ରହିଛି । ସେପରି କଟକ ନେତାଜୀ ବସ୍ ଟର୍ମିନାଲ୍ ପର୍ଯ୍ୟନ୍ତ ଏହି ଏକ୍ସପ୍ରେସ୍ ସେବା ପାଇଁ ମାତ୍ର ୧୦୦/- ଟଙ୍କା ଟିକେଟ୍ ମୂଲ୍ୟ ନିର୍ଦ୍ଧାରିତ ରହିଛି। ଏହି ଏକ୍ସପ୍ରେସ୍ ସେବା ପାଇଁ ଭୁବନେଶ୍ୱର ବିମାନ ବନ୍ଦରର ୪ର୍ଥ ଲେନ୍ରେ ଉପଲବ୍ଧ ଥିବା ମୋ ବସ୍ ଯୋଗେ ଯାତ୍ରୀମାନେ ସିଧାସଳଖ ନିଜ ଗନ୍ତବ୍ୟସ୍ଥଳକୁ ଯାତ୍ରା କରିପାରିବେ।