ପୁଣି ନିରାଶ ହେଲେ ଇମ୍ରାନ ଖାନ

0

ଇସଲାମାବାଦ,: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ ଇସଲାମାବାଦ ହାଇକୋର୍ଟ(ଆଇଏଚ୍‌ସି)ରୁ ଏକ ଶକ୍ତ ଝଟ୍‌କା ଲାଗିଛି। ତୋସାଖାନା ମାମଲାରେ ଅଯୋଗ୍ୟତା ବିରୋଧରେ ଆବେଦନ ପ୍ରତ୍ୟାହାରକୁ କୋର୍ଟ ଖାରଜ କରିଛନ୍ତି। ଆଇଏଚ୍‌ସି ପ୍ରଧାନ ବିଚାରପତି ଅମର ଫାରୁକ୍‌ ବୁଧବାର ଏହି ରାୟ ପ୍ରଦାନ କରିଛନ୍ତି। ଯାହା ସେପ୍ଟେମ୍ବର ୧୩ ପାଇଁ ସଂରକ୍ଷିତ ଥିଲା।

ଏକ ରିପୋର୍ଟ ଅନୁଯାୟୀ, ତୋସାଖାନା ଅଲ୍‌-କାଦିର ଟ୍ରଷ୍ଟ ଏବଂ ସିଫର ମାମଲାରେ ଇମ୍ରାନଙ୍କୁ ଗିରଫ କରାଯାଇଥିଲା ଏବଂ ବର୍ତ୍ତମାନ ସେ ଆଡିଆଲା ଜେଲରେ ଅଛନ୍ତି।

Leave A Reply

Your email address will not be published.