ବିରୋଧୀଙ୍କ ଉପରେ ବର୍ଷିଲେ ଅନୁରାଗ ଠାକୁର୍

0

ନୂଆଦିଲ୍ଲୀ: ନିକଟରେ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ ବିଧାନସଭା ନିର୍ବାଚନରେ କଂଗ୍ରେସର ପରାଜୟ ପରେ ଭାରତୀୟ ଜନତା ପାର୍ଟି (ବିଜେପି) ବୁଧବାର ଦେଶ ଓ ସନାତନ ଧର୍ମକୁ ଅସମ୍ମାନ କରିଥିବାରୁ ବିରୋଧୀଙ୍କୁ କଡ଼ା ସମାଲୋଚନା କରିଛି। ବିରୋଧୀ ‘ଟୁକଡ଼େ-ଟୁକଡ଼େ’ ମାନସିକତାକୁ ପ୍ରୋତ୍ସାହନ ଦେଉଛନ୍ତି ବୋଲି ବିଜେପି ଅଭିଯୋଗ କରିଛି।

ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମଗ୍ର ବିଶ୍ୱରେ ‘ବସୁଧୈବ କୁଟୁମ୍ବକମ୍’ର ବାର୍ତ୍ତା ପ୍ରଚାର କରିବାକୁ ଚେଷ୍ଟା କରୁଥିବା ବେଳେ ବିରୋଧୀମାନେ ଖରାପ ଭାଷା ବ୍ୟବହାର କରୁଛନ୍ତି ଏବଂ ସେମାନଙ୍କ କ୍ଷତି ପାଇଁ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ୍)କୁ ଦାୟୀ କରୁଛନ୍ତି।

ସେ ଆହୁରି କହିଛନ୍ତି, ଭାରତର ଏକତାକୁ ନଷ୍ଟ କରିବା ପାଇଁ ଏକ ସୁପରିକଳ୍ପିତ ଷଡ଼ଯନ୍ତ୍ର କରାଯାଉଛି। ଏହା ଆମେଥିରେ ପରାଜୟ ପରେ ୱାୟନାଡରେ ରାହୁଲ ଗାନ୍ଧିଙ୍କ ବୟାନ ସହିତ ଆରମ୍ଭ ହୋଇଥିଲା, ଯାହା ଉତ୍ତର ଭାରତୀୟଙ୍କୁ ଅପମାନିତ କରିଥିଲା। ରାହୁଲ ଗାନ୍ଧିଙ୍କ କଥା ଦେଶକୁ ବିଭାଜିତ କରିବା ପାଇଁ କରାଯାଇଥିବା ଗଭୀର ଶତ୍ରୁତା ଏବଂ ବିଭାଜନକାରୀ କାର୍ଯ୍ୟକୁ ସୂଚାଉଛି। ରାତି ଅଧରେ ମଧ୍ୟ ସେମାନେ ‘ଟୁକଡ଼େ-ଟୁକଡ଼େ’ ଗ୍ୟାଙ୍ଗ ସହ ଠିଆ ହୋଇଥିଲେ। ସେମାନେ ଭାରତକୁ ଖଣ୍ଡ ଖଣ୍ଡ କରି ତା’ ଉପରେ ଶାସନ କରିବାକୁ ଚାହୁଛନ୍ତି, କିନ୍ତୁ ଆମେ ଭାରତକୁ ଭାଗଭାଗ ହେବାକୁ ଦେବୁ ନାହିଁ ବୋଲି ଠାକୁର କହିଛନ୍ତି।

Leave A Reply

Your email address will not be published.