ଆସନ୍ତା ଜାନୁଆରୀ ୨୨ରେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା, ଚାଲିଛି ଜୋର୍ ସୋର ପ୍ରସ୍ତୁତି

0

ଅଯୋଧ୍ୟାର ଭବ୍ୟ ରାମମନ୍ଦିରରେ ଆସନ୍ତା ଜାନୁଆରୀ ୨୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ନୀତିକାନ୍ତି କରିବେ। କିନ୍ତୁ ଏହାପୂର୍ବରୁ ରାମଲଲାଙ୍କ ମହାପୂଜନ ନୀତିକାନ୍ତି ଆରମ୍ଭ ହେବ। ଜାନୁଆରୀ ୧୬ରୁ ନୀତିକାନ୍ତି ଆରମ୍ଭ ହେବ ବୋଲି ଆଜି ସୂଚନା ମିଳିଛି।

ବୈଦିକ ବିଦ୍ୱାନ ଓ ପଣ୍ଡିତମାନେ ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ ମଥୁରଣାଥ ଦିକ୍ଷୀତଙ୍କ ନେତୃତ୍ୱରେ ପ୍ରାଣପ୍ରତିଷ୍ଠା ପୂର୍ବରୁ ଅନ୍ୟାନ୍ୟ ନୀତିକାନ୍ତି ଆରମ୍ଭ କରିବେ। ଏହା ମଧ୍ୟରେ ସର୍ବ ପ୍ରାୟଶ୍ଚିତ ହୋମ, ଦଶବିଦ୍ଧ ସ୍ନାନ(ସରାୟୁ ନଦୀରେ ସ୍ନାନ) ଓ ଅନ୍ୟାନ୍ୟ ନୀତିକାନ୍ତି ୧୬ ଜାନୁଆରୀ ମଧ୍ୟାହ୍ନରୁ ଆରମ୍ଭ ହେବ।

ଜାନୁଆରୀ ୧୭ରେ ଜଳଯାତ୍ରା, ତୀର୍ଥ କଳସ ପୂଜା ପ୍ରମୁଖ କରାଯିବ। ପ୍ରାଣ ପ୍ରତିଷ୍ଠାର ମୁଖ୍ୟ ନୀତିକାନ୍ତି ପ୍ରଧାନ ସଂକଳ୍ପ ଓ ଗଣେଶମ୍ବିକା ପୂଜନ ଜାନୁଆରୀ ୧୮ରେ କରାଯିବ।

ସେହିଦିନ ମଣ୍ଡପ ପ୍ରବେଶ, ପୂଜନ ଓ ଯଜ୍ଞଭୂମି ପୂଜନ ମଧ୍ୟ କରାଯିବ। ଜାନୁଆରୀ ୧୯ ବେଶ ବ୍ୟସ୍ତବହୁଳ ରହିବ। ୧୯ ତାରିଖରେ ଦେବତା ପୂଜନ ପରେ ସମସ୍ତ ପ୍ରକାରର ବେଦ, କୁଣ୍ତ ପୂଜନ, ଯଜ୍ଞ, ଜଳାଭିଷେକ ଓ ଅନ୍ୟ ନୀତିକାନ୍ତି ସବୁ କରାଯିବ।

Leave A Reply

Your email address will not be published.