ନୂଆଦିଲ୍ଲୀ (ଆମ ଟିଭି): ତେଲେଙ୍ଗାନା ପାଇଲା ନୁଆ ସରକାର । ତେଲେଙ୍ଗାନାରେ ସଦ୍ୟ ସମାପ୍ତ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପିକୁ ମାତ୍ର ୮ଟି ଆସନ ମିଳିଛି । ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ଭାବେ ରେବାନ୍ତ ରେଡ୍ଡୀ ଶପଥ ନେଇସାରିଛନ୍ତି । ଆଜି ତେଲେଙ୍ଗାନା ବିଧାନସଭାରେ ନବ ନିର୍ବାଚିତ ବିଧାୟକମାନେ ଶପଥ ନେବାର ଥିଲା । ଅନ୍ୟ ସମସ୍ତ ଦଳର ବିଧାୟକମାନେ ଶପଥ ନେଇଥିଲେ ବି ବିଜେପିର ୮ ଜଣ ଯାକ ବିଧାୟକ ଶପଥ ନେଇ ନାହାଁନ୍ତି ।
ଏହାର କାରଣ ଭାବେ ଏଆଇଏମଆଇଏମର ବିଧାୟକ ଅକବରୁଦ୍ଦିନ ଓୱେସୀଙ୍କ କଥା କୁହାଯାଉଛି । ତେଲେଙ୍ଗାନାରେ କଂଗ୍ରେସ ସରକାର ଗଠନ କରିବା ପରେ ଏଆଇଏମଆଇଏମର ବିଧାୟକ ତଥା ଅସଦୁଦ୍ଦିନ ଓୱେସୀଙ୍କ ଭାଇ ଅକବରୁଦ୍ଦିନଙ୍କୁ ପ୍ରୋଟମ ସ୍ପିକର ଭାବେ ନିଯୁକ୍ତ କରାଯାଇଛି । ଏହାକୁ ବିରୋଧ କରି ବିଜେପି ବିଧାୟକମାନେ ଶପଥ ନେଇ ନାହାଁନ୍ତି ।