୧୯ ରେ ଇଣ୍ଡିଆ ମେଣ୍ଟ ବୈଠକ ?

0

୫ ରାଜ୍ୟର ବିଧାନସଭା ନିର୍ବାଚନ ଶେଷ ହେବା ସହ ରେଜଲ୍ଟ ପ୍ରକାଶ ପାଇବା ପରେ ପୁଣି ଚର୍ଚ୍ଚାରେ ଇଣ୍ଡିଆ ମେଣ୍ଟ। ୨୦୨୪ ସାଧାରଣ ନିର୍ବାଚନରେ ବିଜେପିକୁ ଚେକ ଦେବା ପାଇଁ ବିରୋଧୀ ଗଠନ କରିଥିବା ଇଣ୍ଡିଆ ମେଣ୍ଟର ବୈଠକ ଚଳିତ ମାସରେ ବସିବ।

ଏହି ସମୟରେ ସିଟ ଶେୟାରିଂ ସମ୍ପର୍କରେ ଆଲୋଚନା ହେବ ବୋଲି ଜଣାପଡ଼ିଛି। ସେହିପରି ବିଧାନସଭା ନିର୍ବାଚନ ବେଳେ ଅଖିଲେଶ ଯାଦବଙ୍କ ସମାଜବାଦୀ ପାର୍ଟି ଓ କଂଗ୍ରେସ ମଧ୍ୟରେ ଦେଖାଯାଇଥିବା ତିକ୍ତତାରେ ମଧ୍ୟ ଏବେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଉଭୟ ଏବେ ଏକାଠି ହୋଇ ଇଣ୍ଡିଆ ମେଣ୍ଟ ପାଇଁ ବିଜେପି ସହ ଲଢ଼େଇ କରିବେ ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ଇଣ୍ଡିଆ ମେଣ୍ଟର ପରବର୍ତ୍ତୀ ବୈଠକ ଡିସେମ୍ବର ୧୯ ତାରିଖରେ ଅନୁଷ୍ଠିତ ହେବ। ଦିଲ୍ଲୀରେ ହେବାକୁ ଥିବା ଏହି ବୈଠକରେ ବିଭିନ୍ନ ଦଳର ବରିଷ୍ଠ ନେତାମାନେ ସାମିଲ ହେବେ। ବୈଠକର ସମୟ କିନ୍ତୁ ଏଯାଏ ଜଣାପଡ଼ିନି। ନେତାମାନଙ୍କ ସମୟକୁ ଦେଖି ବୈଠକ ଆୟୋଜନ କରାଯିବ ବୋଲି କୁହାଯାଉଛି।

ଗୋଟିଏ ସୂତ୍ରରେ କୁହାଯାଇଛି ଯେ ଉକ୍ତ ବୈଠକ ନିର୍ଦ୍ଦିଷ୍ଟ ଭାବେ ସିଟ୍‌ ଶେୟାରିଂ ଫର୍ମୁଲା ଉପରେ ଫୋକସ କରିବ। କେଉଁ ଦଳ କେଉଁ ରାଜ୍ୟରେ କେତୋଟି ଆସନରେ ପ୍ରାର୍ଥୀ ଦେବେ, ତା’ର ନିଷ୍ପତ୍ତି ବୈଠକରେ ନିଆଯିବ। ନିକଟରେ ଶେଷ ହୋଇଥିବା ୩ ହିନ୍ଦୀ ହାର୍ଟଲ୍ୟାଣ୍ଡରେ କଂଗ୍ରେସ ପରାସ୍ତ ହୋଇଛି। ତେଣୁ ଏଠାରେ କଂଗ୍ରେସକୁ ଅନ୍ୟ ଦଳଗୁଡ଼ିକ ସହ ବୁଝାମଣା କରିବାକୁ ପଡ଼ିପାରେ।

Leave A Reply

Your email address will not be published.