ଆଜି ୩୭୦ ଉପରେ ଆସିବ ରାୟ

0

ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଠିକ୍ ଥିଲା ନା ଭୁଲ୍? ଏ ପ୍ରଶ୍ନ ଉପରେ ଆଜି ପଡିବ ପୂର୍ଣ୍ଣଚ୍ଛେଦ। ବହୁ ବିବାଦୀୟ ଏହି ମାମଲା ଉପରେ ଆଜି ଆସିବ ସୁପ୍ରିମ ରାୟ। ଦୀର୍ଘ ଦିନ ଧରି ଏହି ମାମଲା ଉପରେ ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି ସୁପ୍ରିମକୋର୍ଟ, ଯାହାକୁ ଆଜି ପ୍ରକାଶ କରିବେ। ସୁପ୍ରିମକୋର୍ଟର ମୁଖ୍ୟ ବିଚାରପଚି ଜଷ୍ଟିସ୍ ଡି.ୱାଇ ଚନ୍ଦ୍ରଚୂଡଙ୍କୁ ନେଇ ଗଠିତ ୫ ଜଣିଆ ଖଣ୍ଡପୀଠ ଏହି ମାମଲା ଉପରେ ରାୟ ଶୁଣାଇବେ।

NC, PDP ସମେତ ଏକାଧିକ ପକ୍ଷ ଜମ୍ମୁ କଶ୍ମୀରରେ ଧାରା ୩୭୦ ଉଚ୍ଛେଦ ଓ ୨ଟି କେନ୍ଦ୍ରଶାସିତ ଅଞ୍ଚଳ ଗଠନକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଆବେଦନକାରୀମାନେ କେନ୍ଦ୍ର ସରକାରଙ୍କ ଦ୍ୱାରା ଉଚ୍ଛେଦ ଆଇନକୁ ଚ୍ୟାଲେଞ୍ଜ କରିଥିଲେ।

ସୁପ୍ରିମକୋର୍ଟରେ ଏହି ମାମଲା ଉପରେ ଶୁଣାଣି ସମୟରେ ଆବେଦନକାରୀମାନେ ଯୁକ୍ତି କରିଥିଲେ ଯେ, ୧୯୫୭ରେ ସମ୍ବିଧାନ ଭଙ୍ଗ ହେବା ପରେ ଜମ୍ମୁ କଶ୍ମୀରର ସମସ୍ତ କ୍ଷମତା ବିଧାନମଣ୍ଡଳ ଉପରେ ହିଁ ନ୍ୟସ୍ତ ଥିଲା। କେନ୍ଦ୍ର ସରକାର ଏକପାଖିଆ ଭାବରେ ଏହି ଧାରାକୁ ଜମ୍ମୁ କଶ୍ମୀରରୁ ହଟାଇ ପାରିବେ ନାହିଁ।

Leave A Reply

Your email address will not be published.