ଆଜି ମଧ୍ୟପ୍ରଦେଶକୁ ମିଳିପାରେ ନୂଆ ମୁଖ୍ୟମନ୍ତ୍ରୀ

0

ନୂଆଦିଲ୍ଲୀ (ଆମ ଟିଭି): ମଧ୍ୟପ୍ରଦେଶରେ କିଏ ହେବ ମୁଖ୍ୟମନ୍ତ୍ରୀ ଏହାକୁ ନେଇ ଲାଗି ରହିଛି ସସପେନ୍ସ । ମଧ୍ୟପ୍ରଦେଶରେ କାହାର ରାଜ୍ ଚାଲିବ ଏହାକୁ ନେଇ ଅନେକ ପ୍ରଶ୍ନ ଉଠିଲାଣି । ଆଜି ବିଧାୟକଙ୍କ ସହ ବୈଠକ କରିବେ ପର୍ଯ୍ୟବେକ୍ଷକ । ଏହାପରେ କିଏ ହେବ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଏ ନେଇ ଘୋଷଣା ହୋଇପାରେ ।

ମଧ୍ୟପ୍ରଦେଶର କିଏ ହେବ ମୁଖିଆ, ସମସ୍ତଙ୍କ ନଜର ସେଠାରେ କେନ୍ଦ୍ରିତ ହୋଇ ରହିଛି । ଶିବରାଜ ସିଂହ ଚୌହ୍ୱାନ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ହାଇକମାଣ୍ଡଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଲାଗିଛନ୍ତି । ଏମ୍ପିର ଲୋକପ୍ରିୟ ନେତା ସେ ବୋଲି ନିଜ କାର୍ଯ୍ୟକ୍ରମ ଜରିଆରେ ଜଣାଇବାକୁ ଚେଷ୍ଟା ଚଳାଇଛନ୍ତି ଶିବରାଜ । ସେପଟେ ରେସରେ ଆହୁରି ବଡ ବଡ ନେତା ବି ରହିଛନ୍ତି । ମଧ୍ୟପ୍ରଦେଶରେ ବହୁମତ ପାଇଁ ୧୧୬ଟି ଆସନ ଆବଶ୍ୟକ ଥିବାବେଳେ ବିଜେପି ୧୬୩ଟି ଆସନରେ ବିଜୟ ହାସଲ କରିଛି । ଗତ ୩ ତାରିଖରୁ ଫଳାଫଳ ଘୋଷଣା ହୋଇଥିଲେ ବର୍ତମାନ ସୁଦ୍ଧା ରାଜ୍ୟର ମୁଖ୍ୟମନ୍ତ୍ରୀ କିଏ ହେବ ତାହା ସ୍ପଷ୍ଟ ହୋଇପାରି ନାହିଁ ।

Leave A Reply

Your email address will not be published.