ଆସନ୍ତାକାଲି ଶପଥ ନେବେ ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ର ନୂଆ ମୁଖ୍ୟମନ୍ତ୍ରୀ: ଉପସ୍ଥିତ ରହିବେ ମୋଦୀ

0

ନୂଆଦିଲ୍ଲୀ (ଆମ ଟିଭି): ଆସନ୍ତାକାଲି ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ ପାଇବ ନୂଆ ମୂଖ୍ୟମନ୍ତ୍ରୀ।  ମଧ୍ୟପ୍ରଦେଶ ଏବଂ ଛତିଶଗଡରେ କାଲି ଶପଥଗ୍ରହଣ କରିବେ ନୂଆ ମୁଖ୍ୟମନ୍ତ୍ରୀ । ଦୁଇଟି ରାଜ୍ୟରେ ଆସନ୍ତାକାଲି ଶପଥ ଗ୍ରହଣ ସମାରୋହ ହେବାକୁ ଥିବାବେଳେ, ଏହି କାର୍ଯ୍ୟକ୍ରମରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ତେବେ ବୁଧବାର ଦିନ ସାଢେ ୧୧ଟା ବେଳେ ମୋଦୀ ମଧ୍ୟପ୍ରଦେଶରେ ପହଞ୍ଚିବେ ।ସେଠାରେ ସେ ମୋହନ ଯାଦବଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗଦେବେ । ଏହାପରେ ଅପରାହ୍ନ ୪ଟା ବେଳେ ଛତିଶଗଡରେ ପହଞ୍ଚିବା ସହିତ ସେଠାରେ ବିଷ୍ଣୁଦେଓ ସାଏଙ୍କ ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବେ ବୋଲି ସୂଚନା ମିଳିଛି ।

ଗତ ସୋମବାର ଦିନ ବିଜେପି ବିଧାୟକ ଦଳ ବୈଠକରେ ମୋହନ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ ବାଛିଥିଲା ଦଳ । ଶିବରାଜ ସିଂ ଚୌହାନଙ୍କ ବଦଳରେ ତାଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଦଳ ନିଷ୍ପତ୍ତି ନେଇଥିଲା ।

Leave A Reply

Your email address will not be published.