ତେଲେଙ୍ଗାନାରେ ୫୦୦ ଟଙ୍କାରେ ଗ୍ୟାସ୍ ସିଲିଣ୍ଡର ଯୋଗାଇଦେବ କଂଗ୍ରେସ ସରକାର

0

ହାଇଦ୍ରାବାଦ: ତେଲଙ୍ଗାନାରେ କଂଗ୍ରେସ ସରକାର ଗଢ଼ିବା ପରେ ଗୋଟେ ପରେ ଗୋଟେ ପ୍ରତିଶ୍ରୁତି ପାଳନ କରିବାରେ ଲାଗିଛି । ଏବେ  କଂଗ୍ରେସ ସରକାର ଆସନ୍ତା ୧୦୦ ଦିନ ମଧ୍ୟରେ ଏଲପିଜି ସିଲିଣ୍ଡର ୫୦୦ ଟଙ୍କାରେ ଯୋଗାଇ ଦେବା ସହିତ ଧାନ କ୍ରୟରେ କ୍ୱିଣ୍ଟାଲ ପିଛା ୫୦୦ ଟଙ୍କା କୃଷକମାନଙ୍କୁ ପ୍ରଦାନ କରିବା ଲାଗି ନୂଆ ଯୋଜନା କାର୍ଯ୍ୟକାରୀ କରିବାକୁ ପ୍ରତିଶ୍ରୁତିବଦ୍ଧ। ସରକାରଙ୍କ ନାଗରିକ ଯୋଗାଣ ମନ୍ତ୍ରୀ ଉତ୍ତମ କୁମାର ରେଡ୍ଡୀ ମଙ୍ଗଳବାର ଏହା କହିଛନ୍ତି।

ରେଡ୍ଡୀ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ଏକ ସମୀକ୍ଷା ବୈଠକ କରିଥିଲେ। ଏହା ପରେ ସେ ଗଣମାଧ୍ୟମକୁ କହିଛନ୍ତି ସାଧାରଣ ଯୋଗାଣ ନିଗମର ମୋଟ ଋଣ ପରିମାଣ ୫୬ ହଜାର କୋଟିରେ ପହଞ୍ଚିଛି। ପୂର୍ବ ବିଆରଏସ ସରକାର ଆର୍ଥିକ ସହାୟତା ଦେବାରେ ବିଫଳ ହୋଇଥିଲେ ଏବଂ ସୁଧ ୩୦୦ କୋଟିରେ ପହଞ୍ଚିଥିଲା।

୧୮,୦୦୦ କୋଟି ଟଙ୍କା ମୂଲ୍ୟର ୮୮ ଲକ୍ଷ ଟନ ଧାନ ବିଭିନ୍ନ ମିଲରେ କୌଣସି ସୁରକ୍ଷା ଏବଂ ବ୍ୟାଙ୍କ ଗ୍ୟାରେଣ୍ଟି ବିନା ପଡ଼ି ରହିଛି।

ଏହି ଘଟଣା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ରେଭନ୍ଥ ରେଡ୍ଡୀଙ୍କୁ ଅବଗତ କରାଯିବ ଏବଂ କ୍ୟାବିନେଟରେ ଉପଯୁକ୍ତ ନିଷ୍ପତ୍ତି ନିଆଯିବ। ଗତ ସାଢ଼େ ନଅ ବର୍ଷ ମଧ୍ୟରେ ବିଆରଏସ ସରକାରଙ୍କ ଶାସନରେ ବ୍ୟବସ୍ଥାରେ ତ୍ରୁଟି ଥିବା ଜଣାପଡିଛି।

Leave A Reply

Your email address will not be published.