ଏଣିକି କାଗଜରେ ସିଝିବ ଅଣ୍ଡା: ଜାଣନ୍ତୁ କେମିତି?

0

ନୂଆଦିଲ୍ଲୀ (ଆମ ଟିଭି): ଏଣିକି ଅଣ୍ଡା ସିଝାଇବା ହେଲା ଆହୁରି ସହଜ । ଅଣ୍ଡା ସିଝାଇବା ପାଇଁ ବଜାରରେ ଏବେ ବିଭିନ୍ନ ପ୍ରକାର ବିଦ୍ୟୁତ୍ ଉପକରଣ ମିଳୁଛି। ଗରମ ପାଣିରେ ଅଣ୍ଡା ସିଝାଇବା ବ୍ୟତୀତ ବଜାରରେ ବିକ୍ରି ହେଉଥିବା ଏଭଳି କେତୋଟି ନିର୍ଦିଷ୍ଟ ଉପକରଣରେ ଅଣ୍ଡା ସହଜରେ ଓ କମ୍ ସମୟରେ ସିଝିଯାଏ।

ନିକଟରେ ଲଣ୍ଡନ ବିଶେଷଜ୍ଞ ଦଳ ଅତ୍ୟନ୍ତ ସହଜ ଉପାୟରେ ଅଣ୍ଡା ସିଝାଇବା ପ୍ରଣାଳୀ ଉପରେ ଗବେଷଣା କରି ସଫଳ ହୋଇଛନ୍ତି। ଏଥିପାଇଁ ସେମାନେ କିଛି ମାସ ଗବେଷଣା କରି ପ୍ରକାଶ କରିଛନ୍ତି ଯେ ଏକ ସ୍ବତନ୍ତ୍ର ପ୍ରକାର କାର୍ଟୁନ୍‌ରେ ଅଣ୍ଡାଗୁଡ଼ିକୁ ରଖିଦେଲେ, ଅଣ୍ଡା ଆପେ ଆପେ ସିଝିଯିବ। ବିଶେଷଜ୍ଞ ଦଳ କାର୍ଟୁନ୍ ଭିତରେ ଏକ ରାସାୟନିକ ପଦାର୍ଥର ପ୍ରଲେପ ଦେଇଥିଲେ।

ଏହି ରାସାୟନିକ ପଦାର୍ଥ ଗରମ ବାମ୍ଫ ସୃଷ୍ଟି କରିବା ଦ୍ବାରା କାର୍ଟୁନ୍ ଭିତରେ ଥିବା ଅଣ୍ଡା ସିଝିଥିଲା। ମାତ୍ର ୨-୩ ମିନିଟ୍ ଭିତରେ ଅଣ୍ଡା ସିଝୁଥିବାରୁ ଲୋକଙ୍କୁ ଆଉ ବେଶୀ ସମୟ ଅପେକ୍ଷା କରିବାକୁ ପଡ଼ିବନି। କାର୍ଟୁନ୍‌ର ନାମ ‘ଗୋଗୁଲ ମୋଗୁଲ’ ରଖାଯାଇଥିବା କହିଛନ୍ତି ଗବେଷକ ମୁଖ୍ୟ।

କାର୍ଟୁନ୍‌ର ବାହ୍ୟ ଆବରଣ କାଗଜବୋର୍ଡରେ ତିଆରି ଓ ଏହା ଭିତରେ ୩ସ୍ତର ଆବରଣ ରହୁଛି। ପ୍ରଥମ ଆବରଣରେ କ୍ୟାଲସିୟମ୍ ହାଇଡ୍ରୋଅକ୍ସାଇଡ୍ ସହିତ ଅନ୍ୟ କେତେକ ରାସାୟନିକ ପଦାର୍ଥ, ଦ୍ବିତୀୟ ସ୍ତରରେ ଜଳ ରହିବ। ତା’ ମଝିଭାଗରେ ଏକ କାଗଜ ପଟି ରହିବ, ଯାହାକୁ ବାହାର ପାଖକୁ ଟାଣିବା ମାତ୍ରେ ଉକ୍ତ ରାସାୟନିକ ପଦାର୍ଥ ସଂସ୍ପର୍ଶରେ ପାଣି ଆସି ଗରମ ହୁଏ ଓ କାର୍ଟୁନ୍ ଭିତରେ ଥିବା ଅଣ୍ଡା ସହଜରେ ସିଝିଯିବ।

Leave A Reply

Your email address will not be published.