୨୪ ନିର୍ବାଚନରେ ବିଜେପି ଓଡିଶାର ୧୫ଟି ଲୋକସଭା ଆସନରୁ ଅଧିକ ଜିତିବ: ଧର୍ମେନ୍ଦ୍ର ପ୍ରଧାନ

0

ଭୁବନେଶ୍ୱର (ଆମ ଟିଭି): ମୁଣ୍ଡ ଉପରେ ସାଧାରଣ ନିର୍ବାଚନ। ରାଜନୀତିରେ ୩ ମାସ ହିଁ ଯଥେଷ୍ଟ । ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଭଳି ଚମକାଇ ଦେଲା ଭଳି ବୟାନ ରଖିଛନ୍ତି । ୨୦୨୪ ସାଧାରଣ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ଓଡ଼ିଶାରେ ୧୫ଟି ଲୋକସଭା ଆସନରୁ କମ୍ ଜିତିବ ନାହିଁ ବୋଲି ସେ ଦମ୍ଭୋକ୍ତି କରିଛନ୍ତି । ଏପରିକି ରାଜ୍ୟ ବିଜେପିର ଭୋଟ୍ ପ୍ରତିଶତ ୪୫ପ୍ରତିଶତରୁ ଅଧିକ ହେବ ବୋଲି ଆକଳନ କରିଛନ୍ତି । ୨୦୧୪ ନିର୍ବାଚନରେ ବିଜେପିକୁ ଗୋଟିଏ ଲୋକସଭା ଓ ୧୦ଟି ବିଧାନସଭା ଆସନ ମିଳିଥିଲା ।

ଲୋକସଭାରେ ବିଜେପି ୨୨ପ୍ରତିଶତ ଭୋଟ୍ ପାଇଥିବା ବେଳେ ବିଧାନସଭାରେ କମିଥିଲା ଭୋଟ୍ ପ୍ରତିଶତ । ୨୦୧୪ରେ ରାଜ୍ୟ ବିଜେପିକୁ ୧୮ପ୍ରତିଶତ ଭୋଟ୍ରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା । କିନ୍ତୁ ୨୦୧୯ ବେଳକୁ ବିଜେପିର ଆସନ ଓ ଭୋଟ୍ ଉଭୟ ବଢ଼ିଥିଲା । ୮ଟି ଲୋକସଭା ଆସନ ବିଜୟ ସହ ୩୮ପ୍ରତିଶତ ଭୋଟ୍ ଏବଂ ରାଜ୍ୟ ବିଧାନସଭାରେ ୨୩ଟି ସିଟ୍ ସହ ୩୨ପ୍ରତିଶତ ଭୋଟ୍ ପାଇଥିଲା ବିଜେପି ।

Leave A Reply

Your email address will not be published.