ମାଓବାଦୀଙ୍କୁ ଘେରି ଚାଲିଛି ବଡ଼ ଧରଣର ମାଓ ଅପରେସନ

0

ନୂଆଦିଲ୍ଲୀ (ଆମ ଟିଭି): ମାଓବାଦୀଙ୍କୁ ଘେରି ଚାଲିଛି ବଡ଼ ଧରଣର ମାଓ ଅପରେସନ।  କନ୍ଧମାଳ, ବୌଦ୍ଧରେ ଚାଲିଛି ବଡ଼ ଧରଣର ମାଓ ଅପରେସନ । ମାଓବାଦୀଙ୍କୁ ଉଭୟ ପଟୁ ଘେରି ସର୍ଚ୍ଚ ଅପରେସନ୍ ଜାରିରଖିଛନ୍ତି ୧୨ଟି ଟିମ୍ । କନ୍ଧମାଳ ପଟୁ ୭ ଟି ଏବଂ ବୌଦ୍ଧ ପଟୁ ୫ ଟି ଟିମ୍ ଅପରେସନରେ ସାମିଲ ହୋଇଛନ୍ତି ।

ଗତକାଲି ସୁବର୍ଣ୍ଣଗିରି ଓ ପେନାଜୋର ଜଙ୍ଗଲରେ ମାଓବାଦୀ- ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ କୌଣସି ଯବାନ ଆହତ ହୋଇନଥିବା ସୂଚନା ମଳିଛି । ବୌଦ୍ଧ ଏସପି ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ବୌଦ୍ଧ, କନ୍ଧମାଳ ସୀମାନ୍ତ ନଳୀକୁପା, ବଲମତୁମ୍ବା, ଅଡ଼ସିଂ ଓ କନ୍ଧମାଳ ଜିଲ୍ଲାର ମାଲାକିରା, ରଙ୍ଗରମା, କୁମ୍ଭାରିଆ ଆଦି ଅଞ୍ଚଳରେ ମାଓବାଦୀଙ୍କ ଗତିବିଧି ନେଇ ସୂଚନା ମଳିଛି ।

Leave A Reply

Your email address will not be published.