ଆଜି ସାରା ଦେଶ ପାଳୁଛି ବିଜୟ ଦିବସ

0

ନୂଆଦିଲ୍ଲୀ (ଆମ ଟିଭି): ଆଜି ସାରା ଦେଶ ପାଳୁଛି ବିଜୟ ଦିବସ । ୧୯୭୧ ଯୁଦ୍ଧରେ ପାକିସ୍ତାନ ବିରୋଧରେ ଭାରତର ବିଜୟକୁ ସ୍ମରଣ କରିବା ଲାଗି ଏହି ସମାରୋହ ପାଳନ କରାଯାଇଛି । ୧୯୭୧ର ଲୋମଟାଙ୍କୁରା ଯୁଦ୍ଧରେ ସୃଷ୍ଟି ହୋଇଥିଲା ବାଂଲାଦେଶ । ପ୍ରତିବର୍ଷ ଡିସେମ୍ବର ୧୬ରେ ଏହି ଦିବସ ପାଳିତ ହେଉଛି । ଯୁଦ୍ଧରେ ସହିଦ ଯବାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏହି ଦିବସ ପାଳିତ ହେଉଛି । ୧୯୭୧ ଡିସେମ୍ବର ୧୬ରେ ପୂର୍ବ ପାକିସ୍ତାନରୁ ବାଂଲାଦେଶର ସୃଷ୍ଟି ହୋଇଥିଲା । ପାକିସ୍ତାନର ଲଜ୍ଜାଜନକ ପରାଜୟ ସହ ଭାରତ ଚାଖିଥିଲା ବିଜୟର ସ୍ବାଦ । ଯୁଦ୍ଧରେ ୯୩ ହଜାର ସୈନ୍ୟଙ୍କ ସହ ପାକିସ୍ତାନ ସଶସ୍ତ୍ର ବାହିନୀର ମୁଖ୍ୟ ଜେନେରାଲ ଅମିର ଅବଦୁଲ୍ଲା ଖାଁ ନିଆଜି ଭାରତୀୟ ସେନା ନିକଟରେ ଆତ୍ମସମର୍ପଣ କରିଥିଲେ ।

ବାଂଲାଦେଶରେ ବି ଡିସେମ୍ବର ୧୬କୁ ବିଜୟ ଦିବସ ଭାବେ ପାଳନ କରାଯାଉଛି । ପୂର୍ବ ପାକିସ୍ତାନ ବିରୋଧରେ ପାକିସ୍ତାନର ଜେନେରାଲ ୟାହିଆ ଖାଁଙ୍କ ନେତୃତ୍ବରେ ପାକିସ୍ତାନ ସେନା ଗଣହତ୍ୟା ଜାରିରଖିଥିଲା । ତେବେ ଭାରତର ହସ୍ତକ୍ଷେପ ପରେ ଏହି ଗଣହତ୍ୟା ବନ୍ଦ ହେବା ସହ ଯୁଦ୍ଧର ଅବସାନ ହୋଇଥିଲା ।

Leave A Reply

Your email address will not be published.