କର୍ଣ୍ଣାଟକରେ ଭାଙ୍ଗିଯିବ କଂଗ୍ରେସ ସରକାର ?
ବାଙ୍ଗାଲୋର: ଜନତା ଦଳ ସେକ୍ୟୁଲାର (ଜେଡିଏସ୍) ନେତା ତଥା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀ କଂଗ୍ରେସ ଦଳ ଉପରେ ଜୋରଦାର ଆକ୍ରମଣ କରିଛନ୍ତି। ଲୋକସଭା ନିର୍ବାଚନ ପରେ କର୍ଣ୍ଣାଟକରେ କଂଗ୍ରେସ ସରକାର ଭାଙ୍ଗିଯିବ ବୋଲି ସେ ଦାବି କରି କହିଛନ୍ତି ଯେ ରାଜ୍ୟ ସରକାରଙ୍କ ଜଣେ ବରିଷ୍ଠ ମନ୍ତ୍ରୀ କେନ୍ଦ୍ରରେ ବିଜେପି ନେତାଙ୍କ ସହ ଆଲୋଚନା କରିଛନ୍ତି ଏବଂ ଲୋକସଭା ନିର୍ବାଚନ ପରେ ସେ ବହୁ ବିଧାୟକଙ୍କ ସହ ବିଜେପିରେ ଯୋଗଦେବେ।
କୁମାରସ୍ୱାମୀ କହିଛନ୍ତି, “ତାଙ୍କ ପାଖରେ ସୂଚନା ରହିଛି ଯେ କେନ୍ଦ୍ରରେ ବିଜେପିର ବରିଷ୍ଠ ନେତାଙ୍କ ସହ କଥାବାର୍ତ୍ତା ହେବା ପରେ କଂଗ୍ରେସ ମନ୍ତ୍ରୀ ନିଶ୍ଚିତ କରିଛନ୍ତି ଯେ ଲୋକସଭା ନିର୍ବାଚନ ପରେ ସେ ୫୦ ଜଣ ବିଧାୟକଙ୍କ ସହ ବିଜେପିରେ ଯୋଗଦେବେ। ସେ ଏହା କରିବାକୁ ୬ ମାସ ସମୟ ଦେଇଛନ୍ତି। ତେଣୁ ସେ ତାଙ୍କ ସହିତ ୫୦ କିମ୍ବା ୬୦ ବିଧାୟକ ସାଥିରେ ଆଣିବେ | ତେବେ ସେ କଂଗ୍ରେସ ମନ୍ତ୍ରୀଙ୍କ ନାମ ପ୍ରକାଶ କରିନାହାଁନ୍ତି।