ସଂସଦ ଆକ୍ରମଣ: ୬ ରାଜ୍ୟରେ ସ୍ପେଶାଲ ସେଲ ପୋଲିସ

0

ସଂସଦର ସୁରକ୍ଷା ତ୍ରୁଟି ଘଟଣାକୁ ନେଇ ଖୋଳତାଡ କରୁଛି ଦିଲ୍ଲୀ ସ୍ପେଶାଲ୍ ସେଲ୍ ପୁଲିସ। ସଦ୍ୟତମ ରିପୋର୍ଟ ଅନୁସାରେ, ତଦନ୍ତ ପାଇଁ ପୁଲିସ ଛଅଟି ରାଜ୍ୟରେ ପହଞ୍ଚିଛି। ରାଜସ୍ଥାନ, କର୍ଣ୍ଣାଟକ, ହରିଆଣା, ଉତ୍ତର ପ୍ରଦେଶ ଏବଂ ପଶ୍ଚିମବଙ୍ଗରେ ଦିଲ୍ଲୀ ସ୍ପେଶାଲ୍ ସେଲ୍ ପୁଲିସ ପହଞ୍ଚି ଛାନଭିନ ଆରମ୍ଭ କରିଛି। ଗତକାଲି ରାଜସ୍ଥାନର ଏକ ପରିତ୍ୟକ୍ତ ସ୍ଥାନରୁ ଅଭିଯୁକ୍ତମାନଙ୍କ ପୋଡା ଯାଇଥିବା ସେଲ୍ ଫୋନ୍ ପାର୍ଟ୍ସ ପାଇଥିଲା।

ଦିଲ୍ଲୀ ସ୍ପେଶାଲ୍ ସେଲ୍ ପୁଲିସ 50 ଟି ପୃଥକ ଟିମ୍ ଗଠନ କରି ଅଭିଯୁକ୍ତଙ୍କ ଡିଜିଟାଲ ଏବଂ ବ୍ୟାଙ୍କ ଡିଟେଲ୍ସ ଯାଞ୍ଚ କରୁଛି। ଅଭିଯୁକ୍ତମାନଙ୍କୁ ସାଙ୍ଗରେ ନେଇ ଏକ ସୁରକ୍ଷିତ ଘରେ ରଖିଛି। ଭିଜିଟର୍ସ ପାସ୍ ଦେଖାଇ ଗୃହକୁ ପ୍ରବେଶ କରିଥିବା ଅଭିଯୁକ୍ତ ସାଗର ଶର୍ମାକୁ ସାଉଥ ରେଞ୍ଜର ସ୍ପେଶାଲ ସେଲ ଟିମ୍ ପଚରାଉଚରା କରୁଛନ୍ତି।

ସେହିପରି ମାଷ୍ଟରମାଇଣ୍ଡ ଲଳିତ ଝାକୁ ଦକ୍ଷିଣ ପଶ୍ଚିମ ରେଞ୍ଜର ଜାନକପୁରୀ ସ୍ପେଶାଲ ସେଲ ଟିମକୁ ହସ୍ତାନ୍ତର କରାଯାଇଛି। ଅନ୍ୟ ଜଣେ ଅଭିଯୁକ୍ତ ମନୋରଞ୍ଜନ ଡିକୁ ନୂଆଦିଲ୍ଲୀ ରେଞ୍ଜ (ଏନଡିଆରଏ), ଲୋଧି ରୋଡ୍ ସ୍ଥିତ ସ୍ପେଶାଲ ସେଲ ଟିମ୍ ଯାଞ୍ଚ କରୁଛନ୍ତି। ନୀଲମ ଦେବୀକୁ ଦିଲ୍ଲୀର ନ୍ୟୁ ଫ୍ରେଣ୍ଡସ୍ କଲୋନୀର ସ୍ପେଶାଲ୍ ସେଲ୍ ଟିମକୁ ହସ୍ତାନ୍ତର କରାଯାଇଛି, ଯାହାକୁ ସ୍ପେଶାଲ୍ ସେଲର କାଉଣ୍ଟର-ଇଣ୍ଟେଲିଜେନ୍ସ ୟୁନିଟ୍ ମଧ୍ୟ କୁହାଯାଏ।

Leave A Reply

Your email address will not be published.