ଗାଡେର୍ଣ୍ଣ ଷ୍ଟାଡିୟମରୁ ମୃତ ଦେହ, ପୋଲିସର ତଦନ୍ତ ଆରମ୍ଭ

0

କୋଲାକାତାର ଇଡେନ୍‌ ଗାଡେର୍ଣ୍ଣ ଷ୍ଟାଡିୟମରୁ ମିଳିଲା ଝୁଲନ୍ତା ମୃତଦେହ। ଜଣେ ଯୁବକ ଷ୍ଟାଡିୟମ୍‌ରେ ଭିତରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ଷ୍ଟାଡିୟମର ‘କେ’ ବ୍ଲକରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏହାକୁ ନେଇ ଏବେ ଚାରିଆଡେ ହଇଚଇ ସୃଷ୍ଟି ହୋଇଯାଇଛି।

ପୁଲିସ ସୂଚନା ମୁତାବକ, ମୃତକ ଜଣକ ହେଉଛନ୍ତି ଜଣେ ଓଡ଼ିଆ ଯୁବକ। ତାଙ୍କ ନାଁ ଧନଞ୍ଜୟ ବାରିକ ଓ ବୟସ ୨୧ ବର୍ଷ। ତାଙ୍କ ଘର ଭଦ୍ରକ ଅଞ୍ଚଳର ହୋଇଥିବା ବେଳେ ସେ ଇଡେନ୍‌ ଗାଡେର୍ଣ୍ଣର ଗ୍ରାଉଣ୍ଡ ଷ୍ଟାଫ୍‌ କର୍ମଚାରୀ ଗଣେଶ ଚନ୍ଦ୍ର ବାରିକଙ୍କ ପୁଅ ବୋଲି ଜଣାପଡିଛି।

ଆଜି ସକାଳ ୮ଟାରେ ଷ୍ଟାଡିୟମ କର୍ମଚାରୀ ଧନଞ୍ଜୟଙ୍କ ଝୁଲନ୍ତା ମୃତଦେହ ଦେଖିଥିଲେ। ଏହାପରେ ସେମାନେ କୋଲକାତା ପୁଲିସକୁ ସୂଚନା ଦେଇଥିଲେ। ଏହାପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଏସ୍‌ଏସ୍‌କେଏସ୍‌ ହସ୍ପିଟାଲକୁ ପଠାଇଛି। ତେବେ ସେ କାହିଁକି ଆତ୍ମହତ୍ୟା କଲେ ସେ ନେଇ ପୁଲିସ ତଦନ୍ତ ଜାରି ରଖିଛି। କେଉଁଥିପାଇଁ ସେ ‘କେ’ ବ୍ଲକ୍‌କୁ ଯାଇଥିଲେ ଏବଂ ତାଙ୍କ ସାଥିରେ ଅନ୍ୟ କେହି ଯାଇଥିଲେ କି, ନାହିଁ ଜାଣିବା ଲାଗି ପୁଲିସ ‘ସିସିଟିଭି’ ଫୁଟେଜ୍‌ ମଧ୍ୟ ଯାଞ୍ଚ କରୁଛି।

Leave A Reply

Your email address will not be published.