ପୁଣି କେଜ୍ରିୱାଲଙ୍କୁ ଇଡି ନୋଟିସ
ନୂଆଦିଲ୍ଲୀ: ପୁଣି ବଢ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଅଡୁଆ। ଦିଲ୍ଲୀ ମଦ ନୀତି ମାମଲାରେ ଆସନ୍ତା ଗୁରୁବାର ହାଜର ହେବା ଲାଗି ସମନ ଜାରି କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ।
ପୂର୍ବରୁ ଗତ ନଭେମ୍ବରରେ ହାଜର ହେବା ଲାଗି ସମନ ଜାରି ହୋଇଥିଲେ ମଧ୍ୟ ସେ ମଧ୍ୟପ୍ରଦେଶ ନିର୍ବାଚନ ପ୍ରଚାର ଲାଗି ଯାଉଥିବାରୁ ଇଡିରେ ହାଜର ହୋଇପାରି ନଥିଲେ। ଆଇନ ଅନୁସାରେ ଜଣେ ବ୍ୟକ୍ତି ସର୍ବାଧିକ ୩ଥର ସମନକୁ ଏଡାଇ ଦେଇପାରିବେ। ଏହା ପରେ ହାଜର ନହେଲେ ତାଙ୍କ ବିରୋଧରେ ଜାମିନବିହୀନ ଗିରଫ ପରଓ୍ବାନା ଜାରି ହେବ।