ଆଜି ସଂସଦରୁ ନିଲମ୍ବନ ହେଲେ ୪୯ ସାଂସଦ

0

ନୂଆଦିଲ୍ଲୀ: ସଂସଦରେ ଜାରି ରହିଛି ଶୀତକାଳୀନ ଅଧିବେଶନ । ଏହାରି ଭିତରେ ଜାରି ରହିଛି ସାଂସଦଙ୍କ ନିଲମ୍ବନ ପ୍ରକ୍ରିୟା। ସଂସଦର ସୁରକ୍ଷା ଭଙ୍ଗ ମାମଲାରେ ହୋଇଥିବା ହୋହଲ୍ଲା ପାଇଁ ସାଂସଦଙ୍କ ନିଲମ୍ବନ ପ୍ରକ୍ରିୟା ଜାରି ରହିଛି। ୨ ଦିନ ମଧ୍ୟରେ ମଧ୍ୟରେ ୯୨ ସାଂସଦଙ୍କୁ ନିଲମ୍ବନ କରାଯାଇଥିବା ପରେ ମଙ୍ଗଳବାର ପୁଣି ଲୋକସଭାରୁ ୪୯ ସାଂସଦଙ୍କୁ ନିଲମ୍ବନ କରାଯାଇଛି।

ଲୋକସଭାର ୯୫ ସାଂସଦଙ୍କୁ ନିଲମ୍ବନ କରାଯାଇଥିବା ବେଳେ ରାଜ୍ୟସଭାରୁ ୪୬ ସାଂସଦଙ୍କୁ ନିଲମ୍ବନ କରାଯାଇଛି। ଏଯାଏଁ ମୋଟ ୧୪୧ ସାଂସଦଙ୍କୁ ନିଲମ୍ବନ କରାଯାଇଛି। ମଙ୍ଗଳବାର ନିଲମ୍ବିତ ସାଂସଦଙ୍କ ମଧ୍ୟରେ କାର୍ତ୍ତି ଚିଦାମ୍ବରମ, ଡିମ୍ପଲ ଯାଦବ, ସୁପ୍ରିୟା ସୁଲେ ରହିଛନ୍ତି।

Leave A Reply

Your email address will not be published.