ପ୍ରଯୋଜକ, ନିର୍ଦ୍ଦେଶକ ଓ କଳାକାରଙ୍କୁ ସମ୍ମାନୀତ

0

ଭୁବନେଶ୍ୱର (ଆମ ଟିଭି): କେନ୍ଦୁଝର ରାମଚନ୍ଦ୍ର ପୁର କାର୍ତ୍ତିକେଶ୍ବର ଯାତ୍ରା କମିଟି ଦ୍ବାରା ପ୍ରଯୋଜକ – ପ୍ରଣୟ ଜେଠି, ନିର୍ଦ୍ଦେଶକ – ବାବୁ ବାବୁ ଓ ଅଭିନେତା – ସିଦ୍ଧାନ୍ତ ମହାପାତ୍ର ଙ୍କୁ ଯାତ୍ରା କମିଟି ର ସଦସ୍ୟ ମାନଙ୍କ ଦ୍ଵାରା ପୁଷ୍ପଗୁଛ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।

ସେହିପରି ଅଭିନେତା ସିଦ୍ଧାନ୍ତ ମହାପାତ୍ର ନିଜର ସୁନ୍ଦର ଅଭିନୟ ଦେଖାଇବା ସହ ସୁନ୍ଦର ସୁନ୍ଦର ଗୀତ ଗାଇ ଶୀତୁଆ ରାତିରେ ଦର୍ଶକ ମାନଙ୍କ ହୃଦୟ ଜାଣିଥିଲେ । ଏଥିସହ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଯାତ୍ରା କଳାକାର ମାନଙ୍କ ର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ ଓ ଆଗାମୀ ଦିନରେ ଗ୍ରାମାଞ୍ଚଳ ମାନଙ୍କ ରେ ନାଟକ କୁ ଦେଖନ୍ତୁ ବୋଲି ପ୍ରଯୋଜକ ପ୍ରଣୟ ଜେଠି ଓ ନିର୍ଦ୍ଦେଶକ ବାବୁ ବାବୁ କହିଥିଲେ ।

Leave A Reply

Your email address will not be published.