ଭୁବନେଶ୍ୱର: ଓଡ଼ିଶା ଗସ୍ତରେ ଆସିଥିବା ଆରଏସଏସ ମୁଖ୍ୟ ମୋହନ ଭାଗବତ ପୁଣି ଏକ ବୟାନ ଦେଇଛନ୍ତି । ପରିବର୍ତନ ପାଇଁ ପ୍ରୟାସ କଲେ ସଫଳତା ମିଳିବ । ଭୁବନେଶ୍ୱରରେ ଚାଲିଥିବା ଭାରତୀୟ ସାହିତ୍ୟ ପରିଷଦର କାର୍ୟ୍ୟକ୍ରମରେ ପରିବର୍ତନକୁ ନେଇ ବଡ ସଙ୍କେତ ଦେଇଛନ୍ତି ଆରଏସଏସ ମୁଖ୍ୟ ମୋହନ ଭାଗବତ । ସଭାକୁ ସମ୍ବୋଧିତ କରି ପରିବର୍ତନ ପାଇଁ ମୋହନ ଭାଗବତ ବଡ ସଙ୍କେତ ଦେଇଛନ୍ତି । କହିଛନ୍ତି ସମୟ ଏବେ କଡ ଲେଉଟାଇଛି ।
ପରିବର୍ତନ ପାଇଁ ପ୍ରୟାସ କଲେ ସଫଳତା ମିଳିବ । ଓଡିଶା ଅନୁଭୂତିର ମଧ୍ୟ ସେ ଉଦାହରଣ ଦେଇଛନ୍ତି । ତେବେ କି ପ୍ରକାର ପରବର୍ତନର ସଙ୍କେତ ଦେଲେ ତାହା ସ୍ପଷ୍ଟ ହୋଇନାହିଁ । ରାଜ୍ୟ ନା ଦେଶ କାହାର ପରିବର୍ତନ ନେଇ ସଙ୍କେତ ଦେଲେ ମୋହନ ଭାଗବତ ତାକୁ ନେଇ ଚର୍ଚ୍ଚା ବଢିଛି ।