ନୂଆଦିଲ୍ଲୀ (ଆମ ଟିଭି): ଘୋଷଣା ହୋଇଛି ୨୦୨୩ ବର୍ଷ ପାଇଁ ଭାରତୀୟ କ୍ରୀଡ଼ା ପୁରସ୍କାର। କ୍ରୀଡ଼ା କ୍ଷେତ୍ରରେ ଭାରତର ସର୍ବୋଚ୍ଚ ପୁରସ୍କାର ‘ଖେଳ ରତ୍ନ’ ପାଇଁ ଦୁଇ ଜଣ ବ୍ୟାଡମିଣ୍ଟନ ଖେଳାଳିଙ୍କୁ ଚୟନ କରାଯାଇଛି। ସାତ୍ବିକସାଇରାଜ ରାଙ୍କିରେଡ୍ଡୀ ଏବଂ ଚିରାଗ ସେଟ୍ଟୀଙ୍କୁ ଏହି ବଡ ପୁରସ୍କାର ମିଳିବାକୁ ଯାଉଛି ।
ସେହିପରି କ୍ରିକେଟ ଖେଳାଳି ମହମ୍ମଦ ସାମିଙ୍କୁ ‘ଅର୍ଜୁନ ପୁରସ୍କାର’ ପ୍ରଦାନ କରାଯାଇଛି। ଚଳିତ ବର୍ଷ ଅର୍ଜୁନ ପୁରସ୍କାର ପାଇଁ ମନୋନୀତ ହୋଇଥିବା ୨୬ ଜଣ କ୍ରୀଡ଼ାବିତଙ୍କ ତାଲିକାରେ ପାରା ତୀରନ୍ଦାଜ ଶୀତଲ ଦେବୀଙ୍କ ନାମ ମଧ୍ୟ ରହିଛି।